*ନଭେମ୍ବର 10 ରୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ୩ ଦିନିଆ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ*
ତାଳଚେର /ଅନୁଗୋଳ :ତା 09/11/2026: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ନଭେମ୍ବର 10 ତାରିଖ ରୁ ୩ ଦିନିଆ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି | ସେ ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ର ଉଦଘାଟନ ଓ ଭୂମିପୂଜନ କରିବା ସହ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେବେ | ନଭେମ୍ବର 10 ତାରିଖ ସନ୍ଧ୍ୟାରେ ତାଳଚେର ରେ ପହଂଚି ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ଠାକୁରାଣୀ ମନ୍ଦିର ର ବିକାଶ ପାଇଁ ହିଙ୍ଗୁଳା ଟ୍ରଷ୍ଟ ବୋର୍ଡ ବୈଠକ ରେ ଯୋଗଦେବେ | ନଭେମ୍ବର 11 ତାରିଖ ସକାଳ ନଅ ଟାରେ ତାଳଚେର ହାଟ ତୋଟା ଠାରେ ପ୍ରଜାମଣ୍ଡଳ ଭବନ ର ନୂତନ ଗୃହ ର ଉଦଘାଟନ କରିବେ |ପରେ ଦିନ 11 ଟାରେ ଅନୁଗୋଳ ଗୁରୁଡି ଠାରେ ସୂର୍ଯ୍ୟବନ ପ୍ରକଳ୍ପ ର ଭୂମିପୂଜନ କାର୍ଯ୍ୟକ୍ରମ ରେ ଯୋଗଦେବେ | ଦିନ ୩ ଟାରେ ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଗଣତନ୍ତ୍ର ବଞ୍ଚାଓ ଅରାଜକତା ହଟାଓ ପଦଯାତ୍ରା ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି |ନଭେମ୍ବର 12 ତାରିଖ ତାଳଚେର ରୁ ଢେଙ୍କାନାଳ ଗସ୍ତ କରି ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଗଣତନ୍ତ୍ର ବଞ୍ଚାଓ ଅରାଜକତା ହଟାଓ ପଦଯାତ୍ରା ରେ ଯୋଗଦେବେ ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ସୂଚନା ପ୍ରଦାନ କରିଛନ୍ତି |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ଜିଲ୍ଲା ର ସମସ୍ତ ବିଧାୟକ ସମସ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବେ |ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୃତି କରାଯାଇଛି |
