
(ଜେ ବି ଏନ /ସୁବ୍ରତ କୁମାର) ୨୯/୧୨/୨୦୨୦ ଢେଙ୍କାନାଳ : ଇଲେକ୍ଟ୍ରୋହୋମିଓପାଥି ଚିକିତ୍ସାକୁ ସରକାର ସ୍ଵୀକୃତି ଦେବା ପାଇଁ ଆଜି ରାଜ୍ୟ ଇଲେକ୍ଟ୍ରୋହୋମିଓପାଥିକ୍ ଫିଜିସିଆନ୍ସ ଆସୋସିଏସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ରାଜ୍ୟ ସଂଘ ସଭାପତି ସରୋଜ ସାହୁ ଆୟୋଜିତ ସମ୍ମିଳନୀରେ ଏ ନେଇ ସୂଚନା ପ୍ରଦାନ କରିଛନ୍ତି ୧୯୨୦ ମସିହାରେ ଇଲେକ୍ଟୋ ହୋମିଓପାଥି ଚିକିତ୍ସା ଭାରତରେ ଆରମ୍ଭ ହୋଇଥିଲା ।

୧୯୮୦ ମସିହାରୁ ଏହା ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି । ସାରା ରାଜ୍ୟରେ ୪୦୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଇଲେକ୍ଟ୍ରୋହୋମିଓପାଥିରେ ଶିକ୍ଷା ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ରହିଛନ୍ତି । ସେମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ୩୦ ଜଣ ଇଲେକ୍ଟ୍ରୋହୋମିଓପାଥି ଡାକ୍ତର ମଧ୍ୟ ରହିଛନ୍ତି ।

ରାଜସ୍ଥାନ ସରକାର ଇଲେକ୍ଟ୍ରୋ ହୋମିଓପାଥିକୁ ସ୍ବୀକୃତି ଦେଇଥିବା ବେଳେ ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଏଥିପାଇଁ ଉଦ୍ୟମ ଜାରି ରଖିଛନ୍ତି ।ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶା ସରକାର ଏହାକୁ ସ୍ବୀକୃତି ଦେଉହାନ୍ତି । ସଂଘ ପକ୍ଷରୁ ୨୦୦୨ ମସିହାରୁ ବାରମ୍ବାର ସରକାରଙ୍କଠାରେ ଦାବି ହୋଇଆସୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ । ଆସନ୍ତା ଜାନୁଆରି ମାସ ମଧ୍ୟରେ ସରକାର ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସାକୁ ସ୍ୱୀକୃତି ପ୍ରଦାନ ସହ ଏହି ଚିକିତ୍ସାର ଉନ୍ନତି ଦିଗରେ ବିଭିନ୍ନ ପଦକ୍ଷେପ ନ ନେଲେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଭାପତି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି । ସମ୍ମିଳନୀରେ ସଂଘର ବୈଷୟିକ କମିଟି ମୁଖ୍ୟ ଡାଃ କମଳାକାନ୍ତ ନାୟକ , ସାଧାରଣ ସଂପାଦକ ଡାଃ ମନୋଜ କୁମାର ମହଲା , ବୈଷୟିକ କମିଟି ସଭ୍ୟ ଡାଃ ରଞ୍ଜନ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ ।



