ଗୋପିନାଥ ଜୀଉଙ୍କ ପୀଠରେ ଶ୍ରୀ ରାମଙ୍କ ଅନ୍ତିମ ଲୀଳା ପୁସ୍ତକର ଲୋକାର୍ପଣ ଓ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର 10/11/26 ,, ଯାଜପୁର ର ବଡଦୋଗଡା ଗ୍ରାମର ଗୋପିନାଥ ଜୀଉଙ୍କ ପ୍ରାଙ୍ଗଣରେ ଆଜି ଅଧିକାରୀ ନବକିଶୋର ଦାସଙ୍କ ରଚିତ ଶ୍ରୀ ରାମଙ୍କ ଅନ୍ତିମ ଲୀଳା ପୁସ୍ତକର ଲୋକାର୍ପଣ ଉତ୍ସବ ବିରଜା ରତ୍ନ ପଣ୍ଡିତ ଭୁପତି ଭୁଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଯାଜପୁର ର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିବା ସହ ଗୋପିନାଥ ଜୀଉଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।ସଞ୍ଚାଳକ ହୃଷିକେଶ ପତି ସ୍ତୋତ ପାଠ କରିଥିଲେ।ଲେଖକ ଅଧିକାରୀ ନବ କିଶୋର ଦାସ ମଞାସୀନ ଅତିଥି ଓ ସମସ୍ତ ଉପସ୍ଥିତ ବିଦ୍ୱାନ ମଣ୍ଡଳ ମଣ୍ଡଳୀଙ୍କୁ ସ୍ବାଗତ କରିଥିବା ବେଳେ ମୀନକେତନ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଦୀପକ ମିଶ୍ର। ସମ୍ମାନିତ ଅତିଥି ଭାବେ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ତଥା ସମାଜସେବୀ ପଦ୍ମାକର ଗୁରୁ। ଏବଂ ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ ନନ୍ଦ।ନିଖିଳ ଉତ୍କଳ ବୈଷ୍ଣବ ସଂପ୍ରଦାୟର ନରୁଆ ମଠର ମହନ୍ତ ଗୋସ୍ୱାମୀ ଅଭୟ ଗୋପୀ ବଲ୍ଲଭଙ୍କୁ ପୂଜାର୍ଚ୍ଚନା କରାଯାଇ ଥିଲା। ନିଖିଳ ଉତ୍କଳ ବୈଷ୍ଣବ ସଂପ୍ରଦାୟର ସମ୍ପାଦକ ତପନ କୁମାର ଦାସ , ବୀରେନ୍ଦ୍ର କୁମାର,ଚକ୍ରମଣି ଦାସ, ବୃନ୍ଦାବନ ଦାସ, ଉମାକାନ୍ତ ଦାସ ଙ୍କ ପକ୍ଷରୁ ବିରଜା ରତ୍ନ ପଣ୍ଡିତ ଭୁପତି ଭୁଷଣ ମିଶ୍ର ଙ୍କୁ ସମ୍ବର୍ଧନା କରାଯାଇଥିଲା। ସମାଜସେବୀ ନିଶୀଥ କୁମାର ଦାସ, ବିରେନ୍ଦ୍ର କୁମାର ମହାନ୍ତି, କଳାକାର ଅଭିମନ୍ୟୁ ମିଶ୍ର, ବିଶିଷ୍ଟ ଚିକିତ୍ସିକ ଡା ରୁପନାରାୟଣ ସାହୁଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କ ହାତରେ ଶ୍ରୀରାମଙ୍କ ଅନ୍ତିମ ଲୀଳା ପୁସ୍ତକର ଲୋକାର୍ପଣ ହୋଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମ କୁ ଲେଖକଙ୍କ ପୁତ୍ର,କନ୍ୟା ଓ ବନ୍ଧୁ ବର୍ଗ ସମସ୍ତେ ସହଯୋଗ କରିଥିଲେ।
