Spread the love

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କମଗାଁ ଶାଖାରେ ୧୦୮ତମ ପ୍ରତିଷ୍ଠା ଦିବସ ପାଳିତ

ଭଟଲି (ଅଭିମନ୍ୟୁ ପଧାନ ):- ବରଗଡ଼ ଜିଲ୍ଲାସ୍ଥିତ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କମଗାଁ ଶାଖା ପକ୍ଷରୁ ଆଜି ବ୍ୟାଙ୍କର ୧୦୮ତମ ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶାଖା ପ୍ରବନ୍ଧକ ଶ୍ରୀ ଆଶିଷ କୁମାର କେକ୍ କାଟି ସମାରୋହର ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଏବଂ ବ୍ୟାଙ୍କର ପୁରୁଣା ତଥା ପ୍ରତିଷ୍ଠିତ ଗ୍ରାହକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ସୁଶୀଳ କୁମାର ଆଚାର୍ଯ୍ୟ, ଶ୍ରୀ ଟଙ୍କଧର ସାହୁ, ଶ୍ରୀ ରାଜରାମ ସାହୁ, ଶ୍ରୀ ହରିନାରାୟଣ ସାହୁ, ଶ୍ରୀ ସୁନୀଲ କୁମାର ଖମାରୀ, ଶ୍ରୀ ବୁଲୁ ଗର୍ତିଆ, ଶ୍ରୀ ରତିକାନ୍ତ ସାହୁ, ଶ୍ରୀ ଅରବିନ୍ଦ ଦାଶ, ଶ୍ରୀ ଯଦୁମଣି ଠାକୁର, ଶ୍ରୀ ଏମ୍. ପରମାନନ୍ଦ ରାଜୁ ଏବଂ ଶ୍ରୀମତୀ ଯଜ୍ଞସେନୀ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସମାରୋହ ସମୟରେ ବ୍ୟାଙ୍କ ଏବଂ ଗ୍ରାହକମାନଙ୍କ ମଧ୍ୟରେ ଥିବା ବର୍ଷ ବର୍ଷ ପୁରୁଣା ଦୃଢ଼ ବିଶ୍ୱାସ, ଆତ୍ମୀୟ ସମ୍ପର୍କ ଏବଂ ପାରସ୍ପରିକ ସହଯୋଗକୁ ଗଭୀର ଭାବରେ ସ୍ମରଣ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଲୋକାଭିମୁଖୀ ସେବାଗୁଡ଼ିକର ଉଚ୍ଚ ପ୍ରଶଂସା କରିବା ସହ ବ୍ୟାଙ୍କର ନିରନ୍ତର ବିକାଶ, ପ୍ରଗତି ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଏକ ସୌହାର୍ଦ୍ଧପୂର୍ଣ୍ଣ ଓ ଉତ୍ସବମୁଖର ପରିବେଶରେ ସମ୍ପନ୍ନ ହୋଇଥିଲା। ଏହି ସଫଳ ଆୟୋଜନ ବ୍ୟାଙ୍କ ଏବଂ ଗ୍ରାହକମାନଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବାର ଏକ ବାର୍ତ୍ତା ପ୍ରଦାନ କରିଛି।

Leave a Reply

Your email address will not be published. Required fields are marked *