ରାସ୍ତା ମରାମତି ନିମନ୍ତେ , ରାସ୍ତା ଅବରୋଧ କଲେ ଶିବରାମ୍ପୂର୍ ଓ ନୂଆ ବଲାଣ୍ଡା ଅଧିବାସୀ
ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ନେତୃତ୍ୱ ରେ ହେଲା ଅବରୋଧ

ଜେ.ବି.ଏନ୍, ୨୯/୧୨/୨୦୨୦, (ରିପୋର୍ଟ, ସୌମ୍ୟରଞ୍ଜନ ଶତପଥି), କଣିହାଁ : ରାସ୍ତା ମରାମତି ନିମନ୍ତେ ହେଲା ରାସ୍ତା ଅବରୋଧ l ଅବରୋଧ କଲେ ଶିବରାମପୁର ଓ ନୂଆ ବଲାଣ୍ଡା ଅଧିବାସୀ। ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ନେତୃତ୍ୱରେ ହେଲା ଅବରୋଧ।ଗୋଡିବନ୍ଧ ଠାରୁ N.T.P.C କୁ ସଂଯୋଗ କରୁଥିବା ରାସ୍ତାରେ ଆଜି ସକାଳେ କୋଇଲା ବୋଝେଇ ଟ୍ରକର ଯାତାୟାତ ବନ୍ଦ କରାଯାଇଥିଲା । ଏହାପରେ ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରି ପୁନଃ ଯାତାୟାତ ଆରମ୍ଭ କରାଇଥିଲେ ।



