ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ବାର୍ଷିକ ଉତ୍ସବ
ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଚଳିତ ମାସ 13 ତାରିଖ ରୁ 15ତାରିଖ ପର୍ଯ୍ୟନ୍ତ 3ଦିନ ଧରି ଟ୍ରଷ୍ଟ ର ବାର୍ଷିକ ଉତ୍ସବ ମହା ଆଡମ୍ବର ରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅଧକ୍ଷ ଶିବ ପ୍ରସାଦ ପଣ୍ଡା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି. ବରିଷ୍ଠ ସଦସ୍ୟ ଅମରେନ୍ଦ୍ର ଖୁଣ୍ଟିଆ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ, 13 ତାରିଖ ଅପରାହ୍ନ 5ଟା ରେ ବାଜିଚୌକି ସ୍ଥିତ ସୌଦାମିନୀ ସ୍କୁଲ ଠାରୁ ବାବା ଙ୍କର ଶୋଭାଯାତ୍ରା ବାହାରି ଶ୍ରୀରାମ ମଣ୍ଡପ ରେ ପଂହଁଚିବ. 14 ତାରିଖ ସକାଳ 8ଟା ରେ ସାଇ ସତ୍ୟ ନାରାୟଣ ବ୍ରତ ପୂଜା ଅନୁଷ୍ଠିତ ହେବ. ଏଥିରେ 108 ଯୋଡ଼ା ଦମ୍ପତି ସାମିଲ ହେବେ. ଏହି ପୂଜା ମହାରାଷ୍ଟ୍ର ଶିରିଡି ସଂସ୍ଥାନ ର ପୂଜାରୀ ଙ୍କ ଦ୍ୱାରା ସମାପନ ହେବ. 15 ତାରିଖ ସକାଳ 8ଘଟିକାରେ ଏକ ଦିବସୀୟ ସାଇ ସତଚରିତ ସମୂହ ପାରାୟଣ ଅନୁଷ୍ଠିତ ହେବ. ଓଡିଶା ର ବିଭିର୍ଣ୍ଣ ପ୍ରାନ୍ତ ରୁ ଭକ୍ତ ମାନେ ପାରାୟଣ ରେ ଯୋଗ ଦେବାପାଇଁ ନାମ ପଞ୍ଜିକରଣ କରିଛନ୍ତି. ସନ୍ଧ୍ୟା ରେ ଶିରିଡି ପୂଜକ ଓ ଓଡିଶା ର ସୁନାମ ଧନ୍ୟ ସାଇ ପ୍ରବଚକ ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗଦାନ ଦେବାକୁ ଟ୍ରଷ୍ଟ ର ସମ୍ପାଦିକା ଗୀତାଞ୍ଜଳି ମହାପାତ୍ର ଅନୁରୋଧ କରିଛନ୍ତି
