Spread the love

କଳିଙ୍ଗ ଷ୍ଟାଡ଼ିୟମ୍‌ରେ ନଭେମ୍ବର ୧୪ରୁ ଏସିଆ ଅଣ୍ଡର-୨୦ ରଗ୍‌ବୀ ଚାମ୍ପିୟନସିପ୍‌

ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର, ୧୨।୧୧: ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ପରିଚୟକୁ ଆହୁରି ମଜଭୁତ କରିବାକୁ ଯାଉଛି ଭୁବନେଶ୍ୱର। ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍‌-୨୦୨୬। ଏହି ପ୍ରତିଯୋଗିତାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ଏଥିରେ ଭାଗନେବାକୁ ବିଭିନ୍ନ ଦେଶର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ଗୁରୁବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ପହଞ୍ଚିଥିବା ଖେଳାଳି ଓ କ୍ରୀଡ଼ା ପ୍ରତିନିଧିମାନଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଉଷ୍ମ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଦୁଇଦିନିଆ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଏସିଆର ବିଭିନ୍ନ ଦେଶର ଯୁବ ରଗ୍‌ବୀ ଖେଳାଳି ନିଜ ଦକ୍ଷତା ଓ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଏହି ଆୟୋଜନ ଓଡ଼ିଶାରେ ରଗ୍‌ବୀ କ୍ରୀଡ଼ାର ପ୍ରଚାର ପ୍ରସାର ସହ ରାଜ୍ୟକୁ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନସ୍ଥଳୀ ଭାବେ ଆହୁରି ପ୍ରତିଷ୍ଠିତ କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *

You missed