ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଚଢ଼ାଉ

ଜେ ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ମାମାଲରେ ଅନୁଗୁଳ ଆରଡବ୍ଲୁଏସେସ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟଳୟ ରେ ନିୟୋଜିତ କିରାଣୀ ଙ୍କ ଘରେ ଭିଜିଲାନ୍ସ ଭିଭାଗ ର ରେଡ଼ ।
କିରାଣୀ ରୋହିତସ ବାଗ ଙ୍କ ଅନୁଗୁଳ ସ୍ଥିତ ସରକାରୀ ବାସ ଭବନ ସମେତ ଆଜି କଟକ ଭିଜିଲାନ୍ସ ଟିମ ର ସ୍ୱତନ୍ତ୍ର ଦଳ ଶ୍ରୀ ବାଗ ଙ୍କ ର ଆଠମଲ୍ଲିକ ବ୍ଲକ ର ବିଭିନ୍ନ ସ୍ଥାନରେ ଥିବା ଘର ଉପରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି ।ଶ୍ରୀ ବାଗ ଙ୍କ ଧର୍ମ ପତ୍ନୀ ଙ୍କ ଭଡା ଘର , ଅନ୍ୟ ଏକ ଦୁଇ ମହଲା ଘର , ପାଣି ଫେକ୍ଟ୍ରି ସମେତ ଟାଙ୍ଗିନିଶା ଠାରେ ଥିବା ପୋଲଟ୍ରି ଫାର୍ମ ରେ ମଧ୍ୟ ଅନୁରୂପ ଭାବେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ ।

ଏହା ଛଡା ଶ୍ରୀ ବାଗ ଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ଖାତା ଗୁଡ଼ିକ ର ତଲାସୀ ଆରମ୍ବ କରାଯିବା ସହ , ଏନେଇ ସମ୍ପୂର୍କ୍ତ ବ୍ୟାଙ୍କ ଗୁଡ଼ିକ ସହ ଯୋଗାଯୋଗ ଆରମ୍ବ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଅନୁଗୁଳ ଭିଜିଲାନ୍ସ ଇନିସପେକ୍ଟର ।




