Spread the love

ତାଳଚେରରେ ସଙ୍କଟମୋଚନ ବୈଠକ ଅନୁଷ୍ଠିତ
ତାଳଚେର, ୧୩/୧୧ ତାଳଚେର ଉପଜିଲ୍ଳାପାଳଙ୍କ ସମ୍ମିନୀ କକ୍ଷରେ ଉପଜିଲ୍ଳାପାଳ ତଥା ସ୍ଥାନୀୟ ସଙ୍କଟମୋଚନ ପରିଚାଳନା ଗୋଷ୍ଠୀର ଅଧ୍ୟକ୍ଷ ପ୍ରଜ୍ଞାନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଜୋନ କାରଖାନା ଓ ବୈଲର ବିଭାଗର ରମେଶ ବେହେରାଙ୍କ ସଂଯୋଜନାରେ ଏବଂ ଅନୁଗୋଳ ଜିଲ୍ଳା ବୈଲର ବିଭାଗର ଉପନିର୍ଦ୍ଦେଶତ୍ତତତ୍ୱାବଧାନରେ ଏହି ବୈଠକ ପରିଚାଳିତ ହୋଇଥିଲା । ଡ଼େପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥୀ, ଉପଖଣ୍ଡ ପୋଲିସ୍ ଅଧିକାରୀ, ତହସିଲଦାର, ଜଳଯୋଗାଣ ବିଭାଗର ଅଧିକାରୀ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସମେତ ତାଳଚେର ଅଂଚଳରେ କାର୍ଯ୍ୟରତ ବିଭିନ୍ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ । ବୈଠକରେ ପ୍ରମୁଖ ଦୁର୍ଘଟଣା ଆଶଙ୍କା ପ୍ରବଣ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନେ ନିଜ ନିଜ ଶିଳ୍ପାନୁଷ୍ଠାନର ବିପଦ ଚିହ୍ନଟକରଣ ଓ ନିରାକରଣ ବ୍ୟବସ୍ଥା ଉପସ୍ଥାନ କରିଥିଲେ । ଦୁର୍ଘଟଣାକୁ ରୋକିବାକୁ ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ସୁରକ୍ଷା ମୂଳକ ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ ସେମାନେ ତଥ୍ୟ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *