Spread the love

ରାଣୀପାର୍କର ରୂପ ବଦଳିବ, ପର୍ଯ୍ୟଟକଙ୍କୁ ମିଳିବ ଅଧିକ ସୁବିଧା

ବାଟିକା ପ୍ରକଳ୍ପରେ ଚାଲିଛି ଉନ୍ନୟନ କାର୍ଯ୍ୟ, ଅଗ୍ରଗତି ସମୀକ୍ଷା କଲେ ଅନୁଗୋଳ ଡିଏଫ୍‌ଓ

ଅନୁଗୋଳ, : ପ୍ରକୃତିର ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖି ରାଣୀପାର୍କକୁ ଏକ ଆକର୍ଷଣୀୟ ଓ ପର୍ଯ୍ୟଟକ ଅନୁକୂଳ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବାଟିକା ପ୍ରକଳ୍ପ ଅଧୀନରେ ରାଣୀପାର୍କଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଗୋଳ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସ୍ଥଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି।

ପରିଦର୍ଶନ ସମୟରେ ଡିଏଫ୍‌ଓ ନିର୍ମାଣ ଓ ବିକାଶ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ସହ ଏହାର ଗୁଣବତ୍ତା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତି ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ ପାର୍କକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗର ଉନ୍ନତିକରଣ ନିମନ୍ତେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆବଶ୍ୟକ ପରାମର୍ଶ ଏବଂ ନିର୍ଦ୍ଦେଶ ଦେଇଥିଲେ।

ପାର୍କରେ ଉନ୍ନତ ଭିତ୍ତିଭୂମି ସୃଷ୍ଟି ସହ ପ୍ରାକୃତିକ ପରିବେଶର ସୁରକ୍ଷାକୁ ପ୍ରାଥମିକତା ଦେଇ ରାଣୀପାର୍କର ବିକାଶ କରିବା ହେଉଛି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ରାଣୀପାର୍କରେ ପର୍ଯ୍ୟଟକଙ୍କ ଅନୁଭୂତି ଆହୁରି ସୁନ୍ଦର ହେବା ସହ ଏହା ଏକ ଉନ୍ନତ ପ୍ରକୃତି ଅନୁକୂଳ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ହୋଇପାରିବ।

Leave a Reply

Your email address will not be published. Required fields are marked *