Spread the love

### ମାଟ୍ରିକ୍ ପରୀକ୍ଷାରେ ବଡ଼ ପରିବର୍ତ୍ତନ: ପ୍ରତିଦିନ ଗୋଟିଏ ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୨ରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। ଚଳିତ ପରୀକ୍ଷାରେ ପ୍ରତିଦିନ ଗୋଟିଏ ସିଟିଂରେ ହିଁ ପରୀକ୍ଷା କରାଯିବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶ୍ନପତ୍ର ପରିବହନ ଏବଂ ବିତରଣ ପାଇଁ ସ୍ୱତନ୍ତ୍ର ମାନକ ପରିଚାଳନା ପଦ୍ଧତି (SOP) ଅନୁସରଣ କରାଯିବ। SOP ଅନୁଯାୟୀ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଯିବ ବୋଲି ବୋର୍ଡ ସଭାପତି ସ୍ପଷ୍ଟ କରିଛନ୍ତି।

ସେହିପରି ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରର ଗ୍ରାଉଣ୍ଡ ଫ୍ଲୋର୍ ଓ ପ୍ରଥମ ମହଲାରେ ଆବଶ୍ୟକ ବ୍ୟବସ୍ଥା କରାଯିବ। ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିର ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ଅଧିକାରୀ ଓ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମାଟ୍ରିକ୍ ପରୀକ୍ଷାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବା ପାଇଁ ବୋର୍ଡ ପକ୍ଷରୁ ଏହି ସବୁ ପଦକ୍ଷେପ ନିଆଯାଉଛି।

Leave a Reply

Your email address will not be published. Required fields are marked *

You missed