କୋଭିଡ ଯୋଦ୍ଧାଙ୍କୁ ସହାୟତା ପ୍ରଦାନ ।
(ଜେ ବି ଏନ /ସୁଶାନ୍ତ କୁମାର) ୨୯/୧୨ /୨୦୨୦ ଅନୁଗୋଳ : ସମ୍ପ୍ରତି କରୋନା ସଂକ୍ରମଣ ସମୟରେ ଆକ୍ରାନ୍ତ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ନିଜ ଜୀବନକୁ ଉସୂର୍ଗ କରିଥିବା ୨ ଜଣ କରୋନା ଯୋଦ୍ଧକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ୫୦ ଲକ୍ଷ ଟଙ୍କା ଲେଖାଏଁ କୋଭିଡ ସହାୟତା ରାଶି ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଦିବ୍ୟଂଗତ କୋଭିଡ ଯୋଦ୍ଧା

ଡାଃ ଶ୍ୟାମ ପ୍ରକାଶ ଦାସଙ୍କ ଧର୍ମପତ୍ନୀ ନିବେଦିତା ଦାସ ଏବଂ ସୁବାସ ଚନ୍ଦ୍ର ବେହୋରା ( ଏମ୍ ପି ଏଚ୍ ଏସ୍ – ପୁରୁଷ ) ଙ୍କ ଧର୍ମପତ୍ନୀ ପାର୍ବତୀ ସାହୁଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ଅତିରିକ୍ତ ଶ୍ରୀ ତପନ କୁମାର ଶତପଥି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାଃ ଅଭୟ କୁମାର ଦାଶ ଉପସ୍ଥିତ ଥିଲେ।




