Spread the love

ଆକ୍ଟିଭ ମିଡ଼ିଆ ପକ୍ଷରୁ ପ୍ରେସ୍ ଡ଼େ ପାଳିତ
ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ଗଣମାଧ୍ୟମର
ତାଳଚେର, ୧୬/୧୧ ସତ ଜାଣିବାର ଅଧିକାର ସାଧାରଣ ଲୋକଙ୍କର ରହିଛି । ସେମାନଙ୍କ ନିକଟରେ ସତକୁ ପଂହଚାଇବାର ଦାୟୀତ୍ୱ ବହନ କରିଥାନ୍ତି ସାମ୍ବାଦିକ । ବିଭିନ୍ନ ଝଡ଼ଝଞ୍ଜା ମଧ୍ୟରେ ସେମାନଙ୍କର ଜୀବନକୁ ପାଣି ଛଡ଼ାଇ ନିର୍ଭିକ ଖବର ପରିବେଶଣ କରି ଗଣତନ୍ତ୍ରକୁ ସୁରକ୍ଷା ଦେବା ସହିତ ଲୋକଙ୍କର ସମସ୍ୟା ଗୁଡ଼ିକୁ ଠିକ୍ ଢ଼ଙ୍ଗରେ ସରକାରଙ୍କ ନିକଟରେ ପଂହଚାଇବା ଉତର ଦାୟୀତ୍ୱ ରଖିଥାଏ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକର ଭୂମିକା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ବର୍ତମାନ ସମାଜରେ ଭୟ ହେଉ କିମ୍ବା ଚାପ ଯୋଗୁଁ ସାମ୍ବାଦିକମାନେ ନିଜର କର୍ତବ୍ୟକୁ ବିଭିନ୍ନ ଦିଗକୁ ଧ୍ୟାନଦେଇ ଖବର ପରିବେଶଣ କରିଥାନ୍ତି । ଆଜିର ମହଙ୍ଗା ଦିନରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଥିଲେ ମଧ୍ୟ ବିଚରା ଗଣମାଧ୍ୟମ ପ୍ରତିନିଧିମାନେ କେଉଁଟି ହେଲେ ହାତେଇ ପାରୁନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ବହୁ ଅନାଟନ ମଧ୍ୟରେ ଗତିକରି ସାମ୍ବାଦିକ ମାନେ ସେମାନଙ୍କର ଭିନ୍ନ ଭିନ୍ନ ଢ଼ଙ୍ଗରେ ଖବର ପରିବେଶଣ କରି ଲୋକଙ୍କ ପ୍ରିୟପାତ୍ର ହୋଇଥାନ୍ତି । ୧୮୭୦ ମସିହାରେ କଲିକତା ଠାରେ ଖବର କାଗଜ ପ୍ରଚଳିତ ହେବାପରେ ଏହାକୁ ଦୃଷ୍ଟିରେ ରଖି ୧୯୬୬ ମସିହାରୁ ନଭେମ୍ବର ୧୬ତାରିଖରେ ପ୍ରେସ୍ କାଉନସିଲ୍ ଗଠିତ ହେଲା । ସେହିଦିନ ଠାରୁ ଏହି ଦିବସକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେକରି ବିଭିନ୍ନ ଢ଼ଙ୍ଗରେ ଗଣାଧ୍ୟମ ପାଳନ କରିଥାନ୍ତି ‘ପ୍ରେସ୍ ଡ଼େ’ । ଏହି ପବିତ୍ର ଦିବସରେ ତାଳଚେର ଆକ୍ଟିଭ ମିଡ଼ିଆ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ତାଳଚେର ‘ଜୟ ନିତାଇ ଆଶ୍ରମ’ ପରିସରରେ ମହାସମାରୋହରେ ବିଗତ ବର୍ଷ ଭଳି ଚଳିତବର୍ଷ ନିଆରାଢ଼ଙ୍ଗରେ ପ୍ରେସ୍ ଡ଼େ’ ପାଳନ କରିଛି । ଏହି ଅବସରରେ ସଂଘ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କମଳ ପ୍ରଦାନ ସହିତ କୁନିକୁନି ପିଲାଙ୍କୁ ମିଷ୍ଠାନ୍ନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପୂର୍ବତନ ସାଂସଦ ମହେଶ ସାହୁ, ତାଳଚେର ଟାଉନ ଥାନା ଅଧିକାରୀ ବିଭୂଦତ ରାଉତ ରାଏ, ଥାନା ଏସଆଇ, ସମାଜେସେବୀ ସୁଶିଲ ନାଥ, ବାପି ମହାନ୍ତି, ସୁଲେଖ ସେଠୀ, ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ସରୋଜ ମହାପାତ୍ର, କାର୍ଯ୍ୟକାରୀ ସଭାପତି ମନୋଜ ଶତପଥୀ, ଚର୍ତୁଭୂଜ ନନ୍ଦ, ପର୍ଶୁରାମ ବାରିକ, ସମ୍ପାଦକ ପ୍ରଦିପ୍ତ ଜେନା, ତ୍ରିପୁର ସାହୁ, ତ୍ରିଲୋଚନ ସ୍ୱାଇଁ, ଦେବେନ୍ଦ୍ର ସାହୁ, କଲ୍ୟାଣୀ ସାମଲ, ସିରାଜ ଖାନ, ସତ୍ୟବାନ୍ ଦାସ, ସନ୍ଧିପ ସାମନ୍ତ, ପ୍ରତାପ ସାହୁ ଓ ସଂଘର ନ୍ୟୁଜ୍ ଅପରେଟର ରମେଶ କୁମାର ସେଠୀ ପ୍ରମୁଖଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମ ହୋଇଥିଲା । ସେହିଭଳି ତାଳଚେର ପ୍ରେସକ୍ଲବ, ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌, କୋଲସିଟି ପକ୍ଷରୁ ମୁଖ୍ୟଅତିଥିଙ୍କ ଗହଣରେ ଆଡ଼ମ୍ବର ସହକାରେ ଏହି ପ୍ରେସ୍ ଦିବସକୁ ପାଳନ କରାଯାଇଛି । ଏହାକୁ ନେଇ ତାଳଚେର ଗଣମାଧ୍ୟମଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

You missed