ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଓ ବିର୍ସା ମୁଣ୍ଡା ଜୟନ୍ତୀ ଉତ୍ସବ ପାଳିତ
————————–
ଅନୁଗୋଳ ଜିଲ୍ଲା ସଦର ମହକୁମାଠାରେ ତା 15.11.2026 ରିଖ ରବିବାର ଦିନ ଓଡିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ, ଅନୁଗୋଳ ଜିଲ୍ଲା ଶାଖା ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଓ ଭଗବାନ ବିର୍ସା ମୁଣ୍ଡାଙ୍କ 151ତମ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି।

ଏହି ଉପଲକ୍ଷେ ଅନୁଗୋଳ ସଂଯୁକ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷ ରେ ପରିଷଦର ସ୍ଥାୟୀ ସଭାପତି ଶ୍ରୀ ଲଳିତ ମୋହନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅନୁଗୋଳ ସରକାରୀ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସୁରେଶ ଚନ୍ଦ୍ର ରାଜହଂସ, ମୁଖ୍ୟ ବକ୍ତା ଭାବେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହା ବିଦ୍ୟାଳୟ, ଅନୁଗୋଳର ସହକାରୀ ପ୍ରାଧ୍ୟାପକ ଶ୍ରୀ ବନମାଳୀ ବାଗ, ସମ୍ମାନୀତ ଅତିଥିଭାବେ ନାଲକୋ ଏସ ସି ଏସ ଟି କର୍ମଚାରୀ କଲ୍ୟାଣ ସଂଘର ପୂର୍ବତନ ସଭାପତି ଶ୍ରୀ କେଦାରନାଥ ଦେହୁରୀ ଓ ବନରପାଳ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗୋପାଳ ଚନ୍ଦ୍ର ନାଏକ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ବିର୍ସା ମୁଣ୍ଡାଙ୍କ ସଂଘର୍ଷମୟ ଜୀବନୀ ଓ ସଫଳତାର କାହାଣୀ ଉପରେ ଆଲୋକପାତ କରିଥିଲେ।ଏହି ଶୁଭ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥବା ପାଞ୍ଚଜଣ ବ୍ୟକ୍ତି ବିଶେଷଙ୍କୁ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ଡିଲେଶ୍ୱର ନାଏକ ମଞ୍ଚ ସଂଚାଳନ କରିଥିବାବେଳେ, ସଂଗଠନ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ସଦସ୍ୟ ଶ୍ରୀ ସୁଶାନ୍ତ ମେହେର, ଶ୍ରୀ ଧନଞ୍ଜୟ ପ୍ରଧାନ, ଶ୍ରୀ ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

