Spread the love

ବଅଁରପାଳ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ସାମ୍ବାଦିକତାର ନୈତିକତା, ନିରପେକ୍ଷତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ

ବଅଁରପାଳ, ୧୬/୧୧: ଜାତୀୟ ପ୍ରେସ୍ ଦିବସ ଅବସରରେ ବଅଁରପାଳ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଆଶା ଟକିଜଠାରେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଯାଇଛି। ସାମ୍ବାଦିକତାର ମୂଲ୍ୟବୋଧ, ନୈତିକତା, ସାମାଜିକ ଦାୟିତ୍ୱବୋଧ, ନିରପେକ୍ଷ ଖବର ପରିବେଷଣ ଏବଂ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।

ସଂଘର ସଭାପତି ଅଖିଳ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତାର ଗୁରୁତ୍ୱ ଓ ସମାଜ ପ୍ରତି ସାମ୍ବାଦିକଙ୍କ ଦାୟିତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇଥିବାରୁ ସାମ୍ବାଦିକମାନେ ସତ୍ୟ, ନିରପେକ୍ଷତା ଓ ନିର୍ଭୀକତାକୁ ନିଜର ମୂଳମନ୍ତ୍ର କରି କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ମଞ୍ଚାସୀନ ଅତିଥି ଭାବେ ନୂଆହାତା ସରପଞ୍ଚ ଶ୍ରୀମତୀ ରୁଣୁବାଳା ଧୀର ଓ ଭୋଗବେରଣୀ ସରପଞ୍ଚ ଶ୍ରୀ ଚାପିଲିନ ସାହୁ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ଚନ୍ଦ୍ର ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଛବି ମୋହନ ସାହୁ, ଜିଲ୍ଲା ବିଜେପି ସମ୍ପାଦକ ପ୍ରତୀଶ ରଞ୍ଜନ ପଣ୍ଡା, ବଅଁରପାଳ ମଣ୍ଡଳ ସଭାପତି ସୁବ୍ରତ କୁମାର ସାହୁ, ବଉଳିଗଡ଼ ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ, ବିଜେପି ଯୁବନେତା ଦିଲ୍ଲୀପ ରାଉତ ଓ ସମାଜସେବୀ ମହେଶ୍ୱର ବେହେରା ଯୋଗଦେଇଥିଲେ।

ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ସୁଶୀଲ କୁମାର ଆଇଚ, କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ବିଶ୍ୱାଇ, ଉପସଭାପତି ରୁଦ୍ରମୋହନ ସାହୁ, ଉପଦେଷ୍ଟା ଶଶାଙ୍କ ଶେଖର ସାମଲ, ଅଶୋକ କୁମାର ଜେନା ଓ ତାପସ କୁମାର ଜେନା, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାମଲଙ୍କ ସମେତ ସଂଘର ସକ୍ରିୟ ସଦସ୍ୟ ସୁବାସ ସାହୁ, କ୍ଷୀରୋଦ ନାୟକ, ସୁଶାନ୍ତ କୁମାର ସାମଲ, ଚୈତନ ସାହୁ,  ବିଭାସ କୁମାର ସାମଲ, ମନୋଜ କୁମାର ସାମଲ, ଅଜିତ କୁମାର ଭୋଇ, ସଞ୍ଜୀବ କୁମାର ନାୟକ, ରାଜେଶ କୁମାର ପାତ୍ର, ସରୋଜ କାନ୍ତ ଜେନା, ନିହାର ରଞ୍ଜନ ପଟ୍ଟନାୟକ ଓ ଧୀରେନ ପ୍ରଧାନଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।

ସମାରୋହରେ ସାମ୍ବାଦିକମାନେ ସମାଜରେ ଘଟୁଥିବା ଅନ୍ୟାୟ, ଅନୀତି, ଦୁର୍ନୀତି ଓ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ନିର୍ଭୀକ ଭାବେ ଲୋକଲୋଚନକୁ ଆଣିବା ସହ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ କରିବା ଉପରେ ମତ ପ୍ରକାଶ ପାଇଥିଲା। ଏଥିସହ ଗଣମାଧ୍ୟମର ସ୍ୱାଧୀନତା, ସାମ୍ବାଦିକଙ୍କ ସୁରକ୍ଷା ଓ ସାମ୍ବାଦିକତାର ନୈତିକ ମୂଲ୍ୟବୋଧକୁ ଅଧିକ ସୁଦୃଢ଼ କରିବା ଦିଗରେ ସମସ୍ତେ ମତ ରଖିଥିଲେ।

କାର୍ଯ୍ୟକ୍ରମରେ ସରୋଜ କାନ୍ତ ଜେନା ମଞ୍ଚ ପରିଚାଳନା କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବା ସହିତ ଜନସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ଦେଇ ସାମ୍ବାଦିକତାର ପଦମର୍ଯ୍ୟାଦା ଓ ମୂଲ୍ୟବୋଧ ବଜାୟ ରଖିବା ସହ ଆଗାମୀ ଦିନରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସାମ୍ବାଦିକମାନେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ନିବେଦନ କରଥିଲେ l

Leave a Reply

Your email address will not be published. Required fields are marked *

You missed