ଗୋପାଷ୍ଟମୀରେ ଗୋମାତାଙ୍କ ପୂଜାର୍ଚ୍ଚନା! 🙏🐄
ଗୋମାତାଙ୍କ ଆରାଧନାରେ ଭକ୍ତିମୟ ହେଲା ଢେଙ୍କାନାଳର ଲକ୍ଷ୍ମୀ ବଜାର। ପବିତ୍ର ଗୋପାଷ୍ଟମୀ ଅବସରରେ ଏଠାରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି ଗୋମାତାଙ୍କ ପୂଜା।
ଏହି ଅବସରରେ ଉଷା ଅଗ୍ରୱାଲ ଗୋମାତାଙ୍କୁ ଚନ୍ଦନ, ସିନ୍ଦୂର, ବସ୍ତ୍ର ଓ ପୁଷ୍ପ ଅର୍ପଣ କରିବା ସହ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ। ଏଥିସହ ଗୋମାତାଙ୍କୁ ବିଭିନ୍ନ ଖାଦ୍ୟ ମଧ୍ୟ ଅର୍ପଣ କରିଥିଲେ।
ଏହି ଅବସରରେ ଉଷା ଅଗ୍ରୱାଲ କହିଥିଲେ, ଗୋପାଷ୍ଟମୀ ହେଉଛି ଗୋମାତାଙ୍କ ସେବା ଓ ପୂଜା କରିବାର ଏକ ପବିତ୍ର ଦିନ। ଗୋମାତାଙ୍କ ସେବା କଲେ ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ତେଣୁ ସମସ୍ତେ ଗୋମାତାଙ୍କ ସେବା ଓ ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ।
ଗୋମାତାଙ୍କ ପୂଜା ଓ ସେବା ମାଧ୍ୟମରେ ସମାଜରେ ଧାର୍ମିକ ଭାବନା ଓ ଜୀବଜନ୍ତୁଙ୍କ ପ୍ରତି ଦୟାଭାବର ବାର୍ତ୍ତା ପ୍ରସାର କରିଛି ଏହି ଗୋପାଷ୍ଟମୀ ପୂଜା।
