Spread the love

### ବେଆଇନ ବିଦ୍ୟୁତ୍ ହୁକିଂ ସାମଗ୍ରୀ ଜବତ, ବନ ବିଭାଗ ଓ TPCODLର ମିଳିତ ଚଢ଼ାଉ

ଅନୁଗୋଳ, ୧୭/୧୧: ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଅନୁଗୋଳ ବନଖଣ୍ଡ ପକ୍ଷରୁ ପାଟ୍ରୋଲିଂ ଓ ଯାଞ୍ଚ କାର୍ଯ୍ୟକୁ ଜୋରଦାର କରାଯାଇଛି। ଏହି କ୍ରମରେ ଗତ ୧୬ ନଭେମ୍ବର ରାତିରେ ବନ ବିଭାଗ ଓ TPCODL କର୍ମଚାରୀଙ୍କ ମିଳିତ ଚଢ଼ାଉରେ ବେଆଇନ ବିଦ୍ୟୁତ୍ ହୁକିଂରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।

ସୂଚନା ଅନୁଯାୟୀ, କଣିହା-୨ ସେକ୍ସନର ବନ କର୍ମଚାରୀ ଓ TPCODL କର୍ମଚାରୀ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଦଳକ ବିଟ୍ ଅନ୍ତର୍ଗତ ତିତିରିମା ଗ୍ରାମ ନିକଟରେ ବେଆଇନ ବିଦ୍ୟୁତ୍ ହୁକିଂରେ ବ୍ୟବହାର ପାଇଁ ରଖାଯାଇଥିବା ସାମଗ୍ରୀ ଠାବ କରିଥିଲେ। ଏହି ଚଢ଼ାଉରେ ପ୍ରାୟ ୧.୫ କିଲୋଗ୍ରାମ ବାଇଣ୍ଡିଂ ତାର, ୨୦ଟି ଇନସୁଲେଟର ଏବଂ କିଛି ଶୁଖିଲା କାଠ ଖଣ୍ଡ ଜବତ କରାଯାଇଥିଲା।

ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବେଆଇନ ବିଦ୍ୟୁତ୍ ହୁକିଂ ଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ନିୟମିତ ନଜର ରଖାଯାଉଛି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ବେଆଇନ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ଅନୁଗୋଳ ବନଖଣ୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *