Spread the love

ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା
ତାଳଚେର, ୧୮/୧୧ ଭାରତୀୟ ନିର୍ବାଚନ ଆୟୋଗଙ୍କ ଭୋଟରଶିକ୍ଷା ଓ ନିର୍ବାଚିତ ଅଂଶଗ୍ରହଣରେ ବ୍ୟବସ୍ଥିତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭୋଟର ସ୍ୱାକ୍ଷରତା କ୍ଲବ ଆନୁକୂଲ୍ୟରେ ୬୦-ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କ ପୁରସ୍କୃତ କରାଯାଇଛି । ଯୁବପିଢ଼ୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନିର୍ବାଚନ ପ୍ରକ୍ରିୟା ମତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଗୁଡ଼ିକର ଆୟୋଜନ କରାଯାଇଥିଲା । ନିର୍ବାଚନ ମଣ୍ଡଳୀର ବିଭିନ୍ନ ଶିକ୍ଷାନୁଷ୍ଠାନ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଯେଉଁଥିରୁ ୧୦ଜଣ ପ୍ରତିଭାଙ୍କୁ ଚୟନ କରାଯାଇ ସମ୍ମାନୀତ କରାଯାଇଥିଲା । ଅତିଥିମାନେ ଯୁବଭୋଟରମାନେ ନିଜେ ସଚେତନ ହେବା ସହ ନିଜ ପରିବାର ଓ ସମାଜରେ ଶତପ୍ରତିଶତ ମତଦାନ ପାଇଁ ଲୋକଙ୍କୁ ପ୍ରେରିତ କରିବାକୁ ଆହ୍ୱାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ଇଏଲସି ନୋଡ଼ାଲ ଅଫିସର ଏବଂ ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *