*ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ଜାତୀୟ ସମ୍ମାନ*
• ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ ସେଫ୍ଟି ଆୱାର୍ଡସ୍ ୨୦୨୬ରେ କର୍ମକ୍ଷେତ୍ର ଏବଂ ସଡ଼କ ସୁରକ୍ଷା ଜନିତ ଉତ୍କର୍ଷ ପାଇଁ ସମ୍ମାନ
ମେରାମଣ୍ଡଳୀ, ୧୯.୧୧.୨୦୨୬: ଟାଟା ଷ୍ଟିଲ ମେରାମଣ୍ଡଳୀକୁ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷ ଓ ନବସୃଜନ ପାଇଁ ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସଏ) ସେଫ୍ଟି ଆୱାର୍ଡସ୍ ୨୦୨୬ରେ ଦୁଇଟି ସମ୍ମାନଜନକ ପୁରସ୍କାର ମିଳିଛି। ନୂଆଦିଲ୍ଲୀଠାରେ ଆଇଏସଏ ପକ୍ଷରୁ ଆୟୋଜିତ ଏହି ଜାତୀୟସ୍ତରୀୟ ସମାରୋହରେ ଟାଟା ଷ୍ଟିଲ୍ ଲିମିଟେଡ୍ର ସେଫ୍ଟି, ହେଲଥ୍ ଆଣ୍ଡ ସଷ୍ଟେନେବିଲିଟି ବିଭାଗ ଭାଇସ୍ ପ୍ରେସିଡେଣ୍ଟ ରାଜୀବ ମଙ୍ଗଳ ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
କର୍ମକ୍ଷେତ୍ରରେ ସୁରକ୍ଷା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସଫଳ ବ୍ୟବହାର ଓ ସୁରକ୍ଷା ଅଭ୍ୟାସ ଏବଂ ଲିଡରସିପ୍ ମାଧ୍ୟମରେ ସଡ଼କ ଲଜିଷ୍ଟିକ୍ସ ଏବଂ ଟ୍ରାଫିକ୍ ବିପଦକୁ ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ସଫଳତା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ପୁରସ୍କୃତ କରାଯାଇଛି।
କର୍ମକ୍ଷେତ୍ର ସୁରକ୍ଷା ପଦକ୍ଷେପ ଅନ୍ତର୍ଗତ, ସମ୍ଭାବ୍ୟ ବିପଦକୁ ଆଗୁଆ ଚିହ୍ନଟ କରିବା ଏବଂ ରୋକିବା ପାଇଁ ଏଆଇ, ଆଡଭାନ୍ସଡ୍ ଆନାଲିଟିକ୍ସ ଏବଂ କନେକ୍ଟେଡ୍ ୱାର୍କଫୋର୍ସ ଟେକ୍ନୋଲୋଜିକୁ ଏକତ୍ରିତ କରାଯାଇଛି। ‘ସେଫ୍ଟି ଲେନ୍ସ’, ‘ସେଫ୍ଟି ଆଇ-କ୍ୟୁ’ ଏବଂ ‘ଟାଟା ଡିଜିଟାଲ୍ ଆସିଷ୍ଟାଣ୍ଟ’ ଭଳି ବୈଷୟିକ ସମାଧାନ ମାଧ୍ୟମରେ ଠିକ୍ ସମୟରେ ବିପଦ ସମ୍ପର୍କରେ ଜାଣିପାରିବା ଏବଂ ତୁରନ୍ତ ସମୟୋଚିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଏହାଦ୍ୱାରା ୧୫୦ରୁ ଅଧିକ ଅତି ସମ୍ବେଦନଶୀଳ ତଥା ବିପଦପୂର୍ଣ୍ଣ ପରିସ୍ଥିତିକୁ ଏଡ଼ାଇବାରେ ସଫଳତା ମିଳିପାରିଛି।
ସେହିପରି ସଡ଼କ ସୁରକ୍ଷା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିରନ୍ତର ସୁଧାର ଅଣାଯାଉଛି। ଏଥିରେ ଗାଡି ଚାଳକଙ୍କ ଥକାପଣ ନିରୀକ୍ଷଣ ବ୍ୟବସ୍ଥା, ଜିପିଏସ୍ ଆଧାରିତ ଯାନବାହନ ଟ୍ରାକିଂ, ଏଏନପିଆର ଆଧାରିତ ବେଗ ନିୟନ୍ତ୍ରଣ, କମାଣ୍ଡ ସେଣ୍ଟର ମାଧ୍ୟମରେ ନିରୀକ୍ଷଣ ଏବଂ ସ୍ୱୟଂଚାଳିତ ୱେବ୍ରିଜ୍ ଭଳି ପ୍ରମୁଖ ପଦକ୍ଷେପ ଅନ୍ତର୍ଭୁକ୍ତ। ଏହି ବ୍ୟବସ୍ଥାଗୁଡ଼ିକ ପ୍ଲାଣ୍ଟ ପରିସରରେ ଟ୍ରାଫିକ୍ ଶୃଙ୍ଖଳା ଏବଂ ଚାଳକଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହୋଇପାରିଛି।
ଏଆଇ ଆଧାରିତ ନବସୃଜନ, ଇଞ୍ଜିନିୟରିଂ ଉତ୍କର୍ଷ ଏବଂ ନେତୃତ୍ୱର ବିକାଶକୁ ପାଥେୟ କରି ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଣ୍ଟ ଏହାର ‘ଶୂନ୍ୟ ଦୁର୍ଘଟଣା’ ଲକ୍ଷ୍ୟ ଦିଗରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି। ପ୍ରତିଟି ଜୀବନର ସୁରକ୍ଷା କରିବା ଏବଂ ପ୍ରତ୍ୟେକ କର୍ମଚାରୀ ଓ ସହଯୋଗୀ ଯେପରି ସୁରକ୍ଷିତ ଭାବେ ଘରକୁ ଫେରିବେ ତାହା ସୁନିଶ୍ଚିତ କରିବା ନେଇ କମ୍ପାନୀ ପ୍ରତିବଦ୍ଧ ।
