ରେଙ୍ଗସାପାଲି ନୂତନ ଟ୍ୟାଙ୍କ କାର୍ଯ୍ୟରେ ଗାଁ ସାଥୀ ହୁରଦା ସୁନାନୀ ଙ୍କ ଦୁର୍ବ୍ୟବହାର ରେ ଶ୍ରମିକ ମାନେ ଅତିଷ୍ଟ ହୋଇ ପ୍ରକାଶ କରିଛନ୍ତି
କଳାହାଣ୍ଡି /୧୯/୧୧/୨୬/(ଅକ୍ଷର ଓଡ଼ିଶା ଜିଲ୍ଲା ପ୍ରତିନିଧି ରାମ କୁମାର ସେନାପତି) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଳି ପଞ୍ଚାୟତ ଅଧିନରେ ହେଉଥିବା ବିକଶିତ ଭାରତ ରୋଜଗାର ଏବଂ ଆଜିବିକା ଗ୍ୟାରେଣ୍ଟି ମିଶନ ଗ୍ରାମୀଣ ଓଡ଼ିଶା ଯୋଜନାରେ ନୃତନ ଟ୍ୟାଙ୍କ କାର୍ଯ୍ୟରେ ଦଶ ଲକ୍ଷ ଟଙ୍କାର ଅନୁଦାନର କାର୍ଯ୍ୟ ଆରମ୍ଭ ହୋଇ ଥିଲା,ଶ୍ରମିକ ମାନେ ସେହି କାର୍ଯ୍ୟରେ ନିୟୋଜନ ଥିବା ବେଳେ ଶ୍ରମିକ ମାନଙ୍କ ଫଟୋ ନ କରି କାମ କରି ନ ଥିବା ଶ୍ରମିକ ଙ୍କ ଫଟୋ ଗାଁ ସାଥୀ ହୁରଦା ସୁନାନୀ କରୁ ଥିବା ବେଳେ ତାଙ୍କୁ କହିବାରୁ ଆମ ମାନକୁ ଦୁର୍ବ୍ୟବହାର କରି ଧମକ ଦେଇ ଦଶ ପୁର ପୁଲିସ ଓ ଜିଲ୍ଲାପାଳଙ୍କ ନିକଟରେ ଯାଇ କେଶ୍ କର ବୋଲି ଧମକ ଦେଇଥିଲେ , ବୋଲି ଗଣ ମାଧ୍ୟମ ନିକଟରେ ପ୍ରକାଶ କରି ଥିଲେ, ଗଣ ମାଧ୍ୟମ ଏହି ଅବସରରେ ଗାଁ ସାଥି ହୁରଦାସୁନାନୀ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ ଗଣ ମାଧ୍ୟମ ଙ୍କୁ ଫୋନ ଯୋଗେ କହିଲେ ତୁମେମାନେ ମୋତେ ନୋଟିସ ନ ଦେଇ କାହିକି ଶ୍ରମିକ ମାନଙ୍କ କଥାରେ ପଡ଼ି ଆସିଛ, ମୁଁ ଗୋଲାମୁଣ୍ଡା ତହସିଲଦାର ଅଫିସ କୁ ଆସିଛି, ମୁଁ ଯାଇ ପାରିବି ନାହିଁ ବୋଲି ଫୋନରେ ପ୍ରକାଶ କରି ଥିଲେ, ଏହା ପରେ ହାରା ହାରି କୋଡ଼ିଏ ଜଣ ଶ୍ରମିକ ମାନେ ଗାଁ ସାଥୀ ହୁରଦା ସୁନାନୀ କି ଭଳି ବ୍ୟବହାର ଦେଇ ଥିଲେ ସମସ୍ତେ ଦୁଃଖ ପ୍ରକାଶ କରି କହିଥିଲେ ଯେ,ଆମ୍ଭେ ମାନେ ଗରୀବ ଖଟିଖିଆ ଶ୍ରମିକ ମାନେ କାମ କଲେ ଚୁଲି ଜଳେ ଓ ପରିବାରଙ୍କ ପ୍ରତିପୋଷଣ ଚଳେ, ଏ ଭଳି ସ୍ଥଳେ କାମ କରି ଥିବା ମୂଲ୍ୟ ନ ମିଳିବାରୁ ଗାଁ ସାଥୀ କୁ ପଚାରିଲେ ଧମକ ଦେବା ଏକ ଦୁଃଖଦ ବୋଲି ନିଜ ନିଜର ପ୍ରତିକ୍ରୀୟା ପ୍ରକାଶ କରି ଥିଲେ, ଆସନ୍ତୁ ଦେଖିବା ସେହି ନୃତନ ଟ୍ୟାଙ୍କରେ ଉପସ୍ଥିତରଥିବା ୧୮ଜଣ ଶ୍ରମିକ ମାନଙ୍କ ଦୃଶ୍ୟ ଓ ଚାରି ଜଣ ଶ୍ରମିକଙ୍କ ପ୍ରତିକ୍ରିୟା ଶୁଣନ୍ତୁ ୧,ଦୁଲଭି ବେହେରା,୨, ହର ପ୍ରସାଦ କଟା, ୩,ରୁଦ୍ର ମାଝୀ, ୪,ସୀତା ମାଝୀ ଓ ୫ରେ ରୁପ ସିଂ ନାଇକ ପ୍ରମୁଖ ପ୍ରତି କ୍ରିୟା ପ୍ରକାଶ କରି ଥିଲେ,ଏହା ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଲେଖ ସାଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ମୁଁ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଫୋନ କଲ୍ ରେ କହି ଥିବା ବେଳେ ସରପଞ୍ଚ ରଜନୀ ବୁଦ୍ଧିଆ ଙ୍କ ପ୍ରତିନିଧି ସନ୍ତୋଷ କୁମାର ବୁଦ୍ଧିଆ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହାର ପ୍ରକୃତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି,ହେଲେ ଦେଖିବାକୁ ବାକି ରହିଲା ଯେ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚ କିଭଳି ପଦକ୍ଷେପ ଗ୍ରହଣ କରିବେ ବୋଲି ବୁଦ୍ଧି ଯିବି ମହଲରେ ଓ ଶ୍ରମିକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି, ଏବଂ ଏହାର ଉପଯୁକ୍ତ ତଦନ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ମହୋଦୟ କରିବା ପାଇଁ ଶ୍ରମିକ ମାନେ ଅନୁରୋଧ କରିଛନ୍ତି, ଶ୍ରମିକ ମାନେ ଯାହା ଆମ ସାମନାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହିକୁ ନେଇ ପରିବେଷଣ କରାଯାଉଛି
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ
