ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ଅନୁଷ୍ଠିତ
‘ନଶାମୁକ୍ତ ଯୁବା ଫର୍ ବିକଶିତ ଭାରତ’ ବିଷୟରେ ଯୁବପିଢ଼ିଙ୍କ ମତ ଉପସ୍ଥାପନ, ୩୦ରୁ ଅଧିକ ପ୍ରତିଯୋଗୀଙ୍କ ଅଂଶଗ୍ରହଣ
ଢେଙ୍କାନାଳ, ୧୯ ନଭେମ୍ବର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବ ଭାରତ (ମାଇ ଭାରତ), ଢେଙ୍କାନାଳ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ ୨୦୨୭’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ‘ନଶାମୁକ୍ତ ଯୁବା ଫର୍ ବିକଶିତ ଭାରତ’ ବିଷୟବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୩୦ରୁ ଅଧିକ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଶାମୁକ୍ତ ସମାଜ ଗଠନ ଓ ବିକଶିତ ଭାରତ ନିର୍ମାଣରେ ଯୁବଶକ୍ତିର ଭୂମିକା ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ ଏଵଂ ୨୦୦ ରୁ ଅଧିକ ଛାତ୍ର ଛାତ୍ରୀ କାର୍ଯକ୍ରମ ରେ ଉପସ୍ଥିତ ଥିଲେ।
ଏହି ଅବସରରେ ମାଇ ଭାରତର ରାଜ୍ୟ ନିର୍ଦ୍ଦେଶକ ଶ୍ରୀ ଶକ୍ତି ସ୍ୱରୂପ ସିଂହ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନା, ଡ. ପୁଷ୍ପଲତା ରଥ, ଡ. ସୁଧାଂଶୁ ଦାଶ, ଡ. ସରୋଜ ସାହୁ, ଶ୍ରୀ ପ୍ରଦ୍ୟୁମ୍ନ ରଥ ଏବଂ ମାଇ ଭାରତର ଅବସରପ୍ରାପ୍ତ ରାଜ୍ୟ ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ।
ଯୁବ ସଂସଦରେ ପ୍ରତିଯୋଗୀମାନେ ନିଶା ସେବନର କୁପ୍ରଭାବ, ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ନିଶାସକ୍ତିର ସାମାଜିକ ପ୍ରଭାବ, ନିଶା ନିବାରଣରେ ପରିବାର ଓ ଶିକ୍ଷାନୁଷ୍ଠାନର ଭୂମିକା ତଥା ସଚେତନ ଯୁବସମାଜ ଗଠନ ଭଳି ବିଭିନ୍ନ ପ୍ରସଙ୍ଗରେ ନିଜର ଯୁକ୍ତିପୂର୍ଣ୍ଣ ଅଭିମତ ରଖିଥିଲେ। ଏକ ସୁସ୍ଥ, ସଶକ୍ତ ଓ ନିଶାମୁକ୍ତ ଯୁବପିଢ଼ି ହିଁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ମୂଳଦୁଆ ହୋଇପାରିବ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।
ପ୍ରତିଯୋଗିତା ଶେଷରେ ବିଚାରକମଣ୍ଡଳୀଙ୍କ ମୂଲ୍ୟାୟନ ଆଧାରରେ ରୁନିତା ମିଶ୍ର ପ୍ରଥମ, ସୌମ୍ୟାରାଣୀ ବେହେରା ଦ୍ୱିତୀୟ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।
କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଶ୍ରୀ ସତ୍ୟନାରାୟଣ କର କରିଥିଲେ। ଏହାର ସଫଳ ଆୟୋଜନରେ ମାଇ ଭାରତର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଭୂମିକା ରହିଥିଲା। କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ସାମଗ୍ରିକ ସମନ୍ୱୟରେ ମାଇ ଭାରତ ର ଆକାଉଣ୍ଟ ଅଫିସର ଶ୍ରୀ ସୁଭେନ୍ଦ୍ର ନାଥ ସାହୁ, ବିପ୍ରବର ବେହେରା, ସୌମ୍ୟା ମିଶ୍ର ଓ ସ୍ମୃତିରଞ୍ଜନ ସାହୁ ସହଯୋଗ କରିଥିଲେ। ସେହିପରି ଶକ୍ତି ସ୍ୱରୂପ ବେହେରା, ଜଗନ ବେଜା, ପ୍ରିୟଦର୍ଶିନୀ ବିନାୟକ ଓ ମିରାବାଇ ଦାସ କାର୍ଯ୍ୟକ୍ରମର ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ପରିଚାଳନାରେ ସହଯୋଗ କରିଥିଲେ।
ଅନ୍ୟପକ୍ଷରେ ମାଇ ଭାରତର ସ୍ୱେଚ୍ଛାସେବୀ ଅମ୍ୟରାଜ୍ ନାଏକ, ଆଶିଷ କୁମାର ନନ୍ଦ, ଶିବ ମହାରଣା ଓ ଜ୍ଞାନରଞ୍ଜନ ନାଥି ପ୍ରମୁଖ ଯୁବ ପ୍ରତିଯୋଗୀମାନଙ୍କୁ ସହଯୋଗ କରିଥିବା ବେଳେ ପୂର୍ଣ୍ଣିମା ରାଉତ, ସ୍ୱର୍ଣ୍ଣପ୍ରଭା, ସୁଶାନ୍ତ ଓ ରାଜେଶ ସାହୁ ମଧ୍ୟ କାର୍ଯ୍ୟକ୍ରମର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କ ମିଳିତ ପ୍ରୟାସରେ ଏହି ଜିଲ୍ଲାସ୍ତରୀୟ ଆୟୋଜନ ସଫଳ ହୋଇଥିଲା।
ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧର ବିକାଶ ସହିତ ନିଶାମୁକ୍ତ ଭାରତ ଗଠନ ଦିଗରେ ସଚେତନତା ସୃଷ୍ଟି କରିବା ଏହି ଯୁବ ସଂସଦର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
