Spread the love

ଶ୍ରୀଶ୍ରୀ ସୀତାରାମ ମଠ ପ୍ରାଙ୍ଗଣରେ ୨୫ତମ କାର୍ତିକେଶ୍ବର ପୂଜା

ଢେଙ୍କାନାଳ, ୨୦/୧୧: ଢେଙ୍କାନାଳ ସହର ବାଜିଚୌକସ୍ଥିତ ଶ୍ରୀ ଶ୍ରୀ ସୀତାରାମ ମଠ ପ୍ରାଙ୍ଗଣରେ ୨୫ତମ କାର୍ତିକେଶ୍ୱର ପୂଜା ମହାଆଡମ୍ବର ସହିତ ଆରମ୍ଭ ହୋଇଯାଅଛି। ଗତ ୧୯ ତାରିଖ ସଂଧ୍ୟା ସମୟରେ ଅଧିବାସ ପୂଜା ସହିତ ଜୀବଦାନ କରାଯାଇଥିଲା । ପ୍ରତ୍ୟେକ ଦିନ ତିନି ପ୍ରହର ପୂଜା କରାଯାଉଥିବାବେଳେ ସଂଧ୍ୟାରେ ୧୦୮ ଦୀପରେ ଆଳତି କରାଯାଉଅଛି । ଆସନ୍ତା ୨୪ ତାରିଖ ପୂର୍ଣ୍ଣିମା ସଂଧ୍ୟାରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯିବ । ପୂଜକ ଜଗନ୍ନାତ ତ୍ରିପାଠୀ ଓ କର୍ତା ଗଦାଧର ସାହୁ ପୂଜାକୁ ସମ୍ପାଦନ କରୁଥିବାବେଳେ ସଭାପତି ବୁନୁ ବେହେରା, କର୍ମକର୍ତା ସନାତନ ସିଂ, ଅଜିତ୍ ସାହୁ, ଦୀପୁ ଦାଶ, ସୁବାଷ ରାଉତ, ସୁଶାନ୍ତ ସାହୁ ପ୍ରମୁଖ ପୂଜା କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ଅଂଚଳର ବହୁ ଭକ୍ତ ଯୋଗଦେଇ ଶ୍ରୀଶ୍ରୀ କାର୍ତିକେଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ପୂଜାକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *