ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୬୨ ହଜାରରୁ ଅଧିକ SC-ST ଶିକ୍ଷକ କାର୍ଯ୍ୟରତ
ଭୁବନେଶ୍ୱର: ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଏବେ ୬୨ ହଜାରରୁ ଅଧିକ ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ବିଧାନସଭାରେ ନିୟମିତ ଶିକ୍ଷକଙ୍କ ଅନୁମୋଦିତ ପଦବୀ ଓ ନିଯୁକ୍ତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି।
ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ବର୍ତ୍ତମାନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨୯ ହଜାର ୩୪୩ ଜଣ ଅନୁସୂଚିତ ଜାତି ବର୍ଗର ଶିକ୍ଷକ ଏବଂ ୩୨ ହଜାର ୮୬୬ ଜଣ ଅନୁସୂଚିତ ଜନଜାତି ବର୍ଗର ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଅର୍ଥାତ୍ ଏହି ଦୁଇ ବର୍ଗର ମୋଟ ୬୨ ହଜାର ୨୦୯ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି।
ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁମୋଦିତ ଶିକ୍ଷକ ପଦବୀ, ବିଭିନ୍ନ ବର୍ଗରେ କାର୍ଯ୍ୟରତ ଶିକ୍ଷକଙ୍କ ସଂଖ୍ୟା ଏବଂ ଖାଲି ପଦବୀର ବିବରଣୀ ପରିଶିଷ୍ଟ-କରେ ଦିଆଯାଇଛି। ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ଖାଲି ପଦବୀ ସମ୍ପର୍କିତ ତଥ୍ୟ ପରିଶିଷ୍ଟ-ଖରେ ସଂଲଗ୍ନ କରାଯାଇଛି।
ଖାଲି ପଡ଼ିଥିବା ଶିକ୍ଷକ ପଦବୀଗୁଡ଼ିକୁ ପଦୋନ୍ନତି ଏବଂ ନୂତନ ନିଯୁକ୍ତି ମାଧ୍ୟମରେ ପୂରଣ କରାଯାଉଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
