କେନ୍ଦୁଝର ଜିଲ୍ଲାରେ ଗୋଟିଏ ଦିନରେ ଦୁଇଟି ପୃଥକ୍ ପୃଥକ୍ ଛାତ୍ରାବାସରେ ଦୁଇ ଶିଶୁଙ୍କ ମୃତ୍ୟୁ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାବ୍ଳକ ଅନ୍ତର୍ଗତ ରେ ଗୋଟିଏ ଦିନରେ ଦୁଇଟି ପୃଥକ୍ ପୃଥକ୍ ଛାତ୍ରାବାସରେ ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଆସୋନ୍ତୋଷ ଦେଖାଦେଇଛି। ଯାହାକି ସୂଚନା ଅନୁଯାୟୀ ଗତକାଲି 23/11/2026 ପ୍ରଥମେ କୋଲ୍ହ ରୋଇଡା ଛାତ୍ରାବାସରେ ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ଅପରାହ୍ନ ସମୟରେ ଯୋଡ଼ା ବ୍ଳକ ଅନ୍ତର୍ଗତ ସେରେଣ୍ଡା ସ୍ଥିତ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି ସ୍କୁଲ୍ ରେ ରହି ପାଠ ପଢ଼ୁଥିବା କୋଲ୍ଧ କୋଲ୍ଲା କୋଲହଃବରପଦା ଗ୍ରାମର ଶ୍ୟାମସୁନ୍ଦର ଦାସଙ୍କ ପୁତ୍ର ରାଜେଶ୍ ଦାସ୍ ର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ଶିଶୁ ମୃତ୍ୟୁ ଘଟଣାକୁ ନେଇ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଗ୍ରାମବାସୀ ଓ ପରିବାର ଲୋକ ଓ ସ୍କୁଲ କତୃପକ୍ଷ ଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ଚାପ୍ପା ଉତ୍ତେଜନା ଦେଖାଦେଇଥିଲା ଏବଂ ପରବର୍ତ୍ତୀ ସମୟରେ ସ୍କୁଲ କତୃପକ୍ଷ ଓ ବଡ଼ବିଲ ପୋଲିସ୍ ର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ଏବଂ ମୃତକ ଶିଶୁର ଶବକୁ ଯୋଡ଼ା ସ୍ଥିତ ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା ଏବଂ ଆଜି ସବ ବ୍ୟବଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା। ତେବେ ଗୋଟିଏ ଦିନରେ ଦୁଇଟି ଛାତ୍ରାବାସରେ ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଛାତ୍ରାବାସ ଗୁଡ଼ିକର ସଠିକ୍ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏ ଦିଗରେ ଆଞ୍ଚଳିକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୁଏ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
