ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଭଜନ ପରିବେଷଣ
ଢେଙ୍କାନାଳ, ୨୪/୧୧: ଢେଙ୍କାନାଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଥିବା ଭଜନ ମଣ୍ଡପଠାରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀଶ୍ରୀ ବଳଦେବଜୀଉ ଭଜନ ସଂଧ୍ୟା ପକ୍ଷରୁ ଆଜି ସକାଳୁ ଭଜନ ପରିବେଷଣ କାର୍ଯ୍ୟକ୍ରମ ହୋଇଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧାରିତ ଭଜନଗୁଡିକୁ କଣ୍ଠଶିଳ୍ପୀମାନେ ଅତି ଭକ୍ତିର ସହିତ ଗାଇଥିଲେ । ଏହାକୁ ସୁର କୁମାର ଦାଶଙ୍କ ଅଧ୍ଯକ୍ଷତାରେ କଣ୍ଠଶିଳ୍ପୀ ରଞ୍ଜିତ୍ ଦଳେଇ, ଗଙ୍ଗାଧର ଜେନା, ରାଜୁବାବୁ, ଜ୍ଞାନବାବୁ, ସ୍ମିତାରାଣୀ ନନ୍ଦ, ସବିତା ରାଣୀ ସାମଲ, ମନୋଜ ମହାପାତ୍ର, ବରିଷ୍ଠ କଳାକାରମାନଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ କରାଯାଇଥିଲା । ସହରର ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଏହାକୁ ମନଭରି ଶୁଣିଥିଲେ ।
