ପୋର୍ଟ ବ୍ଲେୟାରରେ ତ୍ରିରଙ୍ଗା ଉତ୍ତୋଳନର 75 ତମ ବାର୍ଷିକୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ପୋର୍ଟ ବ୍ଲେୟାରରେ ତ୍ରିରଙ୍ଗା ଉତ୍ତୋଳନର 75 ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ମରଣ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “30 ଡିସେମ୍ବର 1943 … ଦିନଟି ପ୍ରତ୍ୟେକ ଭାରତୀୟଙ୍କ ସ୍ମରଣୀୟ ଦିନ ଥିଲା, ଯେତେବେଳେ ସାହସୀ ନେତାଜୀ ସୁଭାଷ ବୋଷ ପୋର୍ଟ ବ୍ଲେୟାରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ଏହି ବିଶେଷ ଦିନଟିର 75 ତମ ବାର୍ଷିକୀ ପାଳନ କରିବାକୁ ମୁଁ ପୋର୍ଟ ବ୍ଲେୟାର ଯାଇଥିଲି ଏବଂ ତ୍ରିରଙ୍ଗା ଉତ୍ତୋଳନ କରିବାର ସୌଭାଗ୍ୟ ମିଳିଥିଲି । କିଛି ସ୍ମୃତି ବାଣ୍ଟୁଛି” ।




