ଲାଞ୍ଜିଗଡ ବିଶନାଥ ପୁର ଥାନା ତରଫରୁ ନିଶା ମୁକ୍ତି ଓଡିଶା ଓ ସାଇବର କ୍ରାଇମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଏ I
କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ପୁର ଠାରେ ଆଜି ଥାନା ପ୍ରାଙ୍ଗଣରେ ଥାନା ଅଧିକାରୀଣୀ ଶ୍ରାମତୀ କଳ୍ପନା ବେହେରାଙ୍କ ଅଧକ୍ଷତାରେ ନିଶାମୁକ୍ତ ଓଡିଶା ଓ ସାଇବର କ୍ରାଇମ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମାଁ ହୀରାନୀଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତନମଣି ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗ ବେଇଥିବା ବେଳେ ମୁଖ୍ଯବକ୍ତା ଭାବରେ ଉକ୍ତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇ ମୋବାଇଲ କିଭଳି ଯୁବପିଢୀ ତଥା ଛାତ୍ର ଛାତ୍ରୀ ଙ୍କୁ ଅବାଟ ରେ ନେଇ ବିପଥଗାମୀ କରୁଛି ସେ ସମ୍ପର୍କ ରେ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ମା ହୀରା ନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ମହାପାତ୍ର ନିଜ ଜୀବନର ଅନୁଭୁତି ସମ୍ପର୍କିତ ସାଇବର ର କାହାଣୀ ଉପସ୍ଥାପନ କରିଥିଲେ । ମଞ ପରିଚାଳନା ଏ.ଏସ,ଆଇ ପ୍ରବୀଣ କୁମାର ରଥ କରିଥୀବା ବେଳେ ଅନ୍ୟାନ୍ଯ ଅତିଥି ଭାବରେ ମା ହୀରାନୀଳା ସ୍ନାତକ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ପୁଷ୍ପାଞଳୀ ନାୟକ ଶ୍ରୀମତୀ କନକଲତା ବେହେରା ଅଧ୍ୟାପିକା ମୌସୁମୀ ଭୋଇ ଖେଳ ଶିକ୍ଷକ ଶ୍ରୀନିବାସ ଦାସ ଡି.ଇ.ଓ ରୀତାରାଣୀ ବାରିକ ରତନୀ ମାଝୀ ସାମ୍ବାଦିକ ବି.ତ୍ରିପତି ପାତ୍ର ପ୍ରମୁଖ ମଞାସିନ ହୋଇ ଥିଲେ । ଏଥିରେ ତିନି ଶହ ରୁ ଉର୍ଦ୍ଧ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ସହିତ ସ୍ତାନିୟ ବିଶନାଥପୁର ର ଗ୍ରାମବାସୀ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ସହିତ ବିଶନାଥ ପୁର ଥାନାର ସମସ୍ତ କର୍ମଚାରୀଙ୍କ ସହଯୋଗ ରେ ଉକ୍ତ ନିଶା ମୁକ୍ତ ଭାରତ ଓ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଟି ସଫଳତାର ସହିତ ପାଳନ କରାଯାଇଥିଲା। କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

