
(ଜେ ବି ଏନ /ସୁଶାନ୍ତ କୁମାର) ୩୧/୧୨/୨୦୨୦ ଅନୁଗୋଳ : ଅନୁଗୁଳ ଜିଲ୍ଲା ଚନ୍ଦ୍ରବାହାଳ ଗ୍ରାମ ବିଦ୍ୟାଳୟ ରେ ଅନୁଗୁଳ ସଦର ଥାନା ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ଜରିଆରେ ଏହାର ଉଦଘାଟନ କରିଥିଲେ । ଅନୁଗୁଳ ସଦର ମହକୁମାଠାରୁ ପ୍ରାୟ ୬କିମି ଦୂର ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଆଦିବାସୀ ହରିଜନ ବାଳିକା ହଷ୍ଟେଲ ପରିସରରେ ଆଜି ଏହି ନବନିର୍ମିତ ଅନୁଗୁଳ ସଦର ଥାନା ଉଦ୍ଘାଟିତ ହୋଇଛି । ଏହି ଥାନା ଅଧୀନରେ ଗ୍ରାମପଞ୍ଚାୟତ ଗୁଡିକ ବିବରଣୀ
ନତଡା
କୁଇଓ ଜାମୁନାଳି
ବେଣାଗାଡ଼ିଆ
ଜରାସିଂହା
କୁମଣ୍ଡ
କରଡ଼ାଗାଡ଼ିଆ
ନୂଆମଉଜା
ରନ୍ତଲେଇ
ବାଲୁଅକଟା
କୁମୁରିସିଂହା
ଇଙ୍କରବନ୍ଧ
ବଲାସିଂହା
ଶାକୋସିଂହା
ଖଲାରି
ଛେଳିଆପଡ଼ା
କାଙ୍ଗୁଲା ବେନ୍ତପୁର
ଅଙ୍ଗାରବନ୍ଧ
ତୁଳସିପାଳ
ଏହି ପରି ୧୭ଟି ପଞ୍ଚାୟତର ୮୩ଟି ଗ୍ରାମବାସୀ ଙ୍କୁ ସେବା ମିଳିପାରିବ ଉଦ୍ଘାଟନ ବେଳେ ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ , ସାଂସଦ ଶ୍ରୀ ମହେଶ ସାହୁ , ଏସ୍ପି ଜଗମୋହନ ମୀନା , ଉପଜିଲ୍ଲାପାଳ ବାସୁଦେବ ଶତପଥୀ , ଏସ୍ଡିପିଓ ଅଶ୍ବିନୀ ସାହୁ , ସରପଞ୍ଚ ପ୍ରମୋଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସଦର ଥାନାର ପ୍ରଥମ ଥାନା ଅଧିକାରୀ ଭାବେ ପ୍ରଭାତ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି । ଏଥିସହିତ ୭ ଜଣ ଏଆଇ , ୫ ଜଣ ଏଏଆଇ , ୩୩ ଜଣ କନଷ୍ଟବଳ ଓ ୪ ଜଣ ଗୃହରକ୍ଷୀଙ୍କୁ ନିଯୁକ୍ତି ଦିଆଯାଇଛି ।



