ଅଭାବୀ ଧାନ ବିକ୍ରି ଓ ବିଦ୍ୟୁତ ସମସ୍ୟା କୁ ନେଇ ବୈଠକ
ଭଟଲି (ଅଭିମନ୍ୟୁ ପଧାନ ):-
ଧାନ କିଣା ସମସ୍ୟା ଏବଂ ବିଦ୍ୟୁତ ପ୍ରସଙ୍ଗରେ କୃଷକ ପରିବାର ତରଫରୁ ଭଟଲି ଧାନ ମଣ୍ଡି ଠାରେ ସଭାପତି ଥବିର ସାହୁଙ୍କ ନେତୃତ୍ୱରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା। ବିଳମ୍ବରେ ଧାନ ମଣ୍ଡି ଖୋଲିବାର ଅର୍ଥ ଚାଷୀଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ପଡୁଛି ବୋଲି କୃଷକ ସଂଗଠନ କର୍ମୀମାନେ ସଭାରେ ମତବ୍ୟକ୍ତ କରି କ୍ଷୋଭପ୍ରକାଶ କରିଥିଲେ। ଭଟଲି ବ୍ଲକରେ ଚଳିତ ବର୍ଷ କାଁଭାଁ କିଛି ଅଞ୍ଚଳକୁ ଛାଡିଦେଲେ ଧାନ ଫସଲ ବହୁତ ବଢିଆ ହୋଇଛି ଏବଂ ଅମଳ ଆରମ୍ଭ ବେଳାକୁ ବାରମ୍ବାର ଲଘୁଚାପ ଯେତିକି ଭୟଭୀତ କରୁଅଛି ତା ଠାରୁ ଆହୁରୀ ବିଳମ୍ବ ଧାନ ସଂଗ୍ରହ ସାଙ୍ଗକୁ ରାଇସ ମିଲର ମାନଙ୍କ ନିଷ୍ପତ୍ତି ଚାଷୀମାନଙ୍କ ମନରେ କୋକୁଆ ଭୟ ଦେଖାଦେଇଛି। ଚାଷୀମାନଙ୍କ କହିବା ଅନୁସାରେ ଟୋକନ ଆଧାରିତ ଧାନ କିଣା ବ୍ୟବସ୍ଥା ଆହୁରୀ ଜଟିଳ ପ୍ରକ୍ରିୟା ଅଟେ। ଜିଲ୍ଲା ସ୍ତରୀୟ ଧାନ କିଣା କମିଟି 30 ତାରିଖରେ ମଣ୍ଡି ଖୋଲି ଧାନ ସଂଗ୍ରହ କରିବାର ନିଷ୍ପତ୍ତି କରିଥିଲେ ହେଲେ ଆଉ ଗୋଟିଏ ଦିନ ବାକି ଅଛି କିନ୍ତୁ ଟୋକନର ଆଜି ପର୍ୟନ୍ତ ଦେଖାନାହିଁ । ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଟୋକନ ନାହିଁ ଧାନ ମଣ୍ଡିକୁ କିଏ ଆଣିବ ଓ କେମିତି ସରକାର ଧାନ ସଂଗ୍ରହ କରିବେ ବୋଲି ବକ୍ତାମାନେ କଟୁ ସମାଲୋଚନା କରିଥିଲେ।
ପରେ 3 ଡିସେମ୍ବର ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କ ଏକା ଥରକେ ଟୋକନ ଦେଇ ଧାନ କିଣା ଆରମ୍ଭ ନ ହେଲେ 4 ତାରିଖରେ ଆନ୍ଦୋଲାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ନିଷ୍ପତ୍ତି ନିଆଯାଛି।
ଅହେତୁକ ବିଦ୍ୟୁତ ବିଲ, ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ପୁରୁଣା ବିଲ ନ ଦେଲେ ଲାଇନ କାଟିବା ଘଟଣାକୁ ସଭାରେ ଦୃଢ଼ ସ୍ୱରରେ ବିରୋଧ କରାଯିବ ବୋଲି ଆଲୋଚନା କରାଯାଇଛି। ଧାନ କଟା ସରିବା ପରେ ପୁରୁଣା ଲାଇନ ବିଲ ଛାଡ଼ ଏବଂ ଜଳସେଚନ ଆଧାରରେ ବୋରିଂ ବିଲ ଧାର୍ଯ୍ୟ କରିବା ଓ ନିରବ ଛିନ୍ନ ବିଦ୍ୟୁତ ସେବା ଯୋଗଇଦେବା ଦାବିରେ ବଡ଼ ଧାରଣର ଆନ୍ଦୋଳନ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଅଛି। ମଣ୍ଡି ମଣ୍ଡି ବୋଲି ସଂଗଠନକୁ ମଜଭୁତ କରିବା ପାଇଁ ପ୍ରତେକ ମଣ୍ଡିରେ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଅଛି। ଏହି ସଭାରେ ଚାଷୀନେତା ରମେଶ ମହାପାତ୍ର, ଆଦିବାସୀ ନେତା ପ୍ରେମରାଜ ଭୁଏ,ଶାନ୍ତନୁ ମାଝୀ, ଫିରୋଜ ସାହୁ, ସୁରେନ୍ଦ୍ର ସାହୁ, ପପୁ ନାୟକ, ଥଣ୍ଡା ବେହେରା, କନ୍ଦର୍ପ ବାରିକ, ହେମନ୍ତ ଖମାରୀ, ଲକ୍ଷ୍ମଣ ନାୟକ, ଦେବାନନ୍ଦ ସାହୁ, ଉଗ୍ରେସନ ସାହୁ ସମେତ ବିଭିନ୍ନ ଗ୍ରାମର କୃଷକ ମାନେ ଯୋଗ ଦେଇଥିଲେ।
