ଆଜି ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ

ଜେ ବି ଏନ, ୩୧/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : କୋଭିଡ୍ ସଂକ୍ରମଣ ରୋକିବା ପରିପ୍ରେକ୍ଷୀରେ ଆଜି ( ଡିସେମ୍ବର ୩୧ ) ରାତି ୧୦ଟାରୁ ଜାନୁଆରୀ ୧ , ୨୦୨୧ ସକାଳ ୫ଟା ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଏବଂ ଏଥୀ ସମ୍ପର୍କିତ ଚଳାଚଳ ପାଇଁ କୌଣସି କଟକଣା ରହିବ ନାହିଁ । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l



