
ପୁଅ ଝିଅ ସୁରକ୍ଷୀତ ଜୀବନ ପାଇଁ “ମା” ନେହୁରା ହେଉଛି ଥାନା ଅଧିକାରୀ ଙ୍କ ନିକଟରେ
(ଜେ ବି ଏନ /ସୁଶାନ୍ତ କୁମାର) ୩୧/୧୨/୨୦୨୦ ଅନୁଗୋଳ :ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ର ଜଣେ ମା ନିଜର ପିଲାଛୁଆଙ୍କ ସୁରକ୍ଷିତ ଜୀବନ ପାଇଁ ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ କାରୀ ଜଣଙ୍କ ହେଲେ ପିଙ୍ଗୁଆ ଗ୍ରାମର ସୁନମ ମହାନ୍ତି (୩୧)ସ୍ଵାମୀ ବିଘ୍ନେଶ୍ୱର ସାମଲ (ପିତା – ଶିଶିର ସାମଲ)।
ସୁନମ ଙ୍କ କହିବା ଅନୁସାରେ ସେ ପ୍ରାୟ ୧୩ ବର୍ଷ ହେବ ପ୍ରେମ ବିବାହ କରିଥିଲେ। ତାଙ୍କର୍ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ବିବାହର ୭-୮ ବର୍ଷ ହେବ ଘର ଶାନ୍ତି ଶୃଙ୍ଖଳା ରେ ଚାଲିଥିଲା। କିନ୍ତୁ ଏହାପରେ ସ୍ଵାମୀ ସବୁବଳେ ମଦ୍ୟପାନ କରି ଯୌତୁକଜନିତ ଅତ୍ୟାଚାର କରିବା ସହ ମାରପିଟ କରନ୍ତି। ବେଳେ ବେଳେ ସେ ଦ୍ୱିତୀୟ ବିବାହ କରିବାକୁ କହୁଛନ୍ତି। ଏଥି ପାଇଁ ଘରେ ଝଗଡ଼ା ହୁଏ ଏହାର ସମାଧାନ କେତେଥର ଗ୍ରାମରେ ହୋଇଥିବା ବେଳେ କିଛିଦିନ ପୂର୍ବରୁ ବଅଁରପାଳ ଥାନା ରେ ସମାଧାନ ହୋଇଛି। କିଛିଦିନ ପରେ ପୁଣି ମାରପିଟ ହେବାରୁ ବାଧ୍ୟ ହୋଇ ମୁଁ ଘର ଛାଡି ଅନୁଗୋଳ ଖଲାରୀ ଗ୍ରାମରେ ଭଡ଼ା ରେ ରହୁଥିଲି କିଛି ଦିନ ତଳେ ପୁଅ(୧୧) ଝିଅ(୪) କୁ ନେଇ ତାଙ୍କ ସ୍ୱାମୀ ପଳାଇ ଆସିଥିବା ଜାଣିବାକୁ ପାଇଛନ୍ତି। ପିଲାଛୁଆଙ୍କୁ ଜୀବନ ପ୍ରତି ବିପଦ ଥିବାରୁ ସୁନମ ପ୍ରଥମେ ମହିଳା କମିଶନ ଓ ମାନବିକ ଅଧିକାର ଶେଷରେ ନିରୁପାୟ ହୋଇ ଆଜି ବଅଁରପାଳ ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।



