ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନ ହେବ କଟକ ବଡ ମେଡିକାଲ

ଜେ ବି ଏନ, ୦୧/୦୧/୨୦୨୦, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ଏସକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲର ନବକଳେବର ସହିତ ଏହାକୁ ଏକ ବିଶ୍ବସ୍ତରୀୟ ଚିକିତ୍ସା ଅନୁଷ୍ଠାନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଏହାର ବହୁବିଧ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବରେ ଏହାର ତଦାରଖ କରୁଛନ୍ତି । ୫ଟି କାର୍ଯ୍ୟକ୍ରମ ଅଧୁନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୩୫୦୦ କୋଟି ଟଙ୍କା ବ୍ୟୟ ହେବ । ୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ଶଯ୍ୟ ସଂଖ୍ୟା ୩୫୦୦ କରାଯିବ ଏବଂ ୨ୟ ପର୍ଯ୍ୟାୟରେ ଏହାକୁ ୫୦୦୦କୁ ବୃଦ୍ଧି କରାଯିବ । ଏଥିରେ ଡାକ୍ତର , ରୋଗୀ , ରୋଗୀଙ୍କ ସହାୟକ ଏବଂ ସ୍ବାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିବ ।



