ସମାଜସେବୀ,ପରିବେଶବିତ୍ ସ୍ବର୍ଗତଃ ସଦାନନ୍ଦ ଗଡନାୟକ ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଉସ୍ଛବ

ଜେ ବି ଏନ, ୦୨/୦୧/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ ସଦାନନ୍ଦ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ବିଶିଷ୍ଟ ସମାଜସେବୀ,ପରିବେଶବିତ୍ ସ୍ବର୍ଗତଃ ସଦାନନ୍ଦ ଗଡନାୟକ ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଉସ୍ଛବ ସଂସଦ ସଭାପତି ରତିକାନ୍ତ ଗଡନାୟକ ଙ୍କ ଆବାହକତ୍ୱ ରେ ହିନ୍ଦୋଳ ଦୁଦୁରକୋଟ ବ୍ରାହ୍ମଣମରା ସ୍ଥିତ ମାଆ ବାଉତି ପିଢ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯାକ୍ରମ ରେ ଏବର୍ଷ ବ୍ରାହ୍ମଣମରା ଗ୍ରାମର ସମସ୍ତ ସଂକୀର୍ତ୍ତନ ପ୍ରେମୀ ଯୋଗଦାନ କରି ସଂକୀର୍ତ୍ତନ ଭଜନ ପରିବେଷଣ କରି ଶେଷରେ ସ୍ବର୍ଗତଃ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସଂସଦ ର

କର୍ମକର୍ତ୍ତା ଭ୍ରମରବର ସାମଲ,ପବିତ୍ର ସାମଲ,ପ୍ରଦ୍ୟୁମ୍ନ ସାମଲ,ଶଶିକାନ୍ତ ଗଡନାୟକ,ମନୋରଞ୍ଜନ ଗଡନାୟକ,ନ୍ରୁପତି ସାମଲ,କୋକିଳ ସାମଲ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ସର୍ବ ପ୍ରଥମେ ଗ୍ରାମେସ୍ୱରୀ ମାଆ ବାଉତି ଠାକୁରାଣୀ ଙ୍କ ପୂଜାର୍ଚନା ପଣ୍ଡିତ ଭୀମସେନ କରଶର୍ମା ଙ୍କ ଦ୍ୱାରା ସମାପିତ ହୋଇ ସଂଧ୍ୟାରେ ଉଦଯାପିତ ହୋଇଥିଲା।




