ମାହାଙ୍ଗା ବିଜେପି ନେତା ହତ୍ୟା କାଣ୍ଡ ରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶପୁତ୍ତରିକା ଦାହ

ଜେ ବି ଏନ, ୦୪/୦୧/୨୦୨୧, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ମହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସପୃକ୍ତି ଅଭିଯୋଗରେ ଜଗତସିଂହପୁର ବିଜେପି ପକ୍ଷରୁ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତାମାନେ
ଜିଲ୍ଲା ଅଫିସରୁ ଏକ ଶୋଭାଯାତ୍ରା ରେ ବାହାରି ଜଗତସିଂହପୁର ଥାନା ସମ୍ମୁଖରେ ବିଖୋଭ ପଦର୍ଶନ କରିଥିଲେ ।ପରେ ବିଜୁପଟ୍ଟନାୟକ ଛକ ସମ୍ମୁଖରେ ନାରବାଜି କରିବା ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟଲାକୁ ନେଇ ମହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ପର୍ଦାଫାସ କରିବା ଯୋଗୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକ ମାନେ ତାଙ୍କୁ ହତ୍ୟା କରିଛନ୍ତି ।ଏହି ଘଟଣାକୁ ଜଗତସିଂହପୁର ବିଜେପି ପକ୍ଷରୁ ନିନ୍ଦା କରିବା ସହିତ ମନ୍ତ୍ରୀଙ୍କ ଗିରଫ ଦାବି କରିଛନ୍ତି !



