
-
ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେବ ସେନାବାହିନୀର ନିଯୁକ୍ତି ରାଲି ଅନୁଗୋଳ
(ଜେ. ବି. ଏନ୍ /ସୁବ୍ରତ କୁମାର) ୦୮/୦୧ /୨୦୨୧
ଅନୁଗୁଳ : ସେନାବାହିନୀରେ ନିଯୁକ୍ତି ନିମନ୍ତେ ଆସନ୍ତା ମାର୍ଚ୍ଚ ୨ ତାରିଖ ଠାରୁ ୧୧ ତାରିଖ ଦଶ ଦିନଧରି ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଯଦିଓ ନିଯୁକ୍ତି ରାଲି ନିମନ୍ତେ କୌଣସି ସ୍ଥାନ ସୁଚିତ ହୋଇନାହି ଏହା ଆଡମିଟ କାର୍ଡ ମାଧ୍ୟମରେ ୧୫ ଦିନ ପୂର୍ବରୁ ଜଣାଇ ଦିଆଯିବ । ରାଲିରେ ଅଂଶଗ୍ରହଣ ନିମନ୍ତେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହ କୋଭିଡ ନିୟାମାବଳୀର ଅନୁପାଳନ ବାଧ୍ୟତାମୂଳକ ଅଟେ । ଅନୁଗୋଳ ଜିଲ୍ଲାର ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ନାମ ପଞ୍ଜୀକରଣ ଚଳିତ ମାସ ୫ ତାରିଖରୁ ଫେବୃୟାରୀ ମାସ ୧୫ ତାରିଖ ମଧ୍ୟରେ କରିବାକୁ ପଡିବ । ନାମ ପଞ୍ଜିକରଣ କରିଥିବା ପାର୍ଥୀ ମାନଙ୍କର ଆଡମିଟ କାର୍ଡ ରେଜିଷ୍ଟର୍ଡ ଇ – ମେଲ ମାଧ୍ୟମରେ ରାଲିର ୧୫ ଦିନ ଆଗରୁ ସ୍ଥିରୀକୃତ ସ୍ଥାନ ବିଷୟରେ ଅବଗତ କରାଯିବ । ସବିଶେଷ ବିବରଣୀ www.joinindianarmy.nic.in ୱେବସାଇଟରେ ଦେଖିପାରିବେ ବୋଲି ସମ୍ବଲପୁର ସ୍ଥିତ ସେନାବାହିନୀ ନିଯୁକ୍ତି ଅଧିକାରୀ ଜଣାଇଛନ୍ତି ।



