Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା ଶ୍ରମ ଅଧିକାରୀ

 

ଜେ. ବି. ଏନ୍ (୦୯/୦୧ /୨୦୨୧)

ନୂଆପଡ଼ା: ନୂଆପଡ଼ା ଜିଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ଶ୍ରମିକ ପଞ୍ଜୀକରଣ ନାମରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ୨୦୧୭ ମସିହା ଡିସେମ୍ବର ୧୭ ତାରିଖରେ ଶ୍ରୀ ପାଣିଗ୍ରାହୀ ଜିଲା ଶ୍ରମ ଅଧିକାରୀ ଭାବେ ​‌‌ଯୋଗଦେଲା ପରଠାରୁ ନିଜ କାର୍ୟ୍ୟକଳାପ ଯୋଗୁଁ ବିବାଦୀୟ ହୋଇପଡିଥିଲେ। ଜିଲା ଶ୍ରମବିଭାଗ ନିକଟରେ ଜିଲାରୁ ଅନ୍ୟସ୍ଥାନକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ସଠିକତଥ୍ୟ ରହୁ ନ ଥିଲା। ଏପରିକି କରୋନା କାଳରେ ଜିଲାକୁ ଫେରିଥିବା ପ୍ରବାସୀଙ୍କ ସଂଖ୍ୟା ମଧ୍ୟ ଜିଲା ଶ୍ରମବିଭାଗ ନିକଟରେ ନ ଥିଲା। ବୋଡ଼େନ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର ଚାଷୀ ମୂଲିଆ ସଂଘର ଶ୍ରନିବାସ ବେହେରାଙ୍କ ଠାରୁ ଶ୍ରମିକଙ୍କ ନାମ ପଞ୍ଜୀକରଣ ବାବଦକୁ ଅଧିକ ଟଙ୍କା ଦାବି କରିଥିଲେ।

ସରକାରୀ ନିୟମ ମୁତାବକ ଜଣେ ଶ୍ରମିକଙ୍କ ପଞ୍ଜୀକରଣ ବାବଦକୁ ଫି’ ଆକାରରେ ୭୦ ଟଙ୍କା ଦେବାକଥା, କିନ୍ତୁ ଜିଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ ଜଣେ ଶ୍ରମିକ ପିଛା ୨୦୦ ଟଙ୍କା ଦାବି କରିଥିବା ନେଇ ଶ୍ରୀ ବେହେରା ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ​କୋରାପୁଟ-ଜୟପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଆଜି ଅପରାହ୍ଣରେ ପୂର୍ବଯୋଜନା ମୁତାବକ ଶ୍ରୀ ବେହେରା ଖରିଆରରୋଡ଼ କାର୍ୟ୍ୟାଳୟରେ ଶ୍ରୀ ପାଣିଗ୍ରାହୀଙ୍କୁ ରସାୟନ ପ୍ରଲେପ ଦିଆଯାଇଥିବା ୪୦ ହଜାର ଟଙ୍କା ଦେଉଥିଲା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଥିଲେ। ତାଙ୍କୁ ଗିରଫ କରାଯାଇ ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜଲାନ୍ସ କୋର୍ଟରେ ହାଜର କରିବାକୁ ନିଆଯାଇଥିବା ନୂଆପଡ଼ା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି।