ଅନ୍ତର୍ଜାତୀୟ ମହିମା ମହୋତ୍ସବ ପ୍ରସ୍ତୁତି ବୈଠକ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ମହିମା ସାଭାଗୃହ କକ୍ଷରେ ଅଙ୍ଗାରବନ୍ଧ ମହିମାଧାମ ପରିଚାଳନା କମିଟି ଅଲେଖ ମହିମା ସାମାଜିକ ଉନୟନ ପରିଷଦ ସ୍ଥାନୀୟ ସରପଞ୍ଚ ଓ ଯୁବ ଉଦୌଗି ବୈଠକରେ ଯୋଗଦେଇଥିଲେ।ବାବା ମୁରଲୀ ଦାସ ବୈଠକରେ ଅଧ୍ୟକ୍ଷତା କରିଥିଲେ।୧୫୮ତମ ମାଘ ମେଳା ଆସନ୍ତା ଫେବ୍ରୁଆରୀ୨୫ରୁ୧ପର୍ଯ୍ୟନ୍ତ ହେବ ବୋଲି ନିଷ୍ପତ୍ତି ହୋଇଥିଲା।ମହିମା ମହୋତ୍ସବରେ ବଙ୍ଗଳାଦେଶ ନେପାଳର ବହୁ କଳାକାର ନିଜର କଳା ପ୍ରଦର୍ଶନ କରିବେ।ବୈଠକରେ ମହିମାଧାମ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଅଙ୍ଗାରବନ୍ଧ ସରପଞ୍ଚ ବସନ୍ତ ମହାଳିକ, ସାମାଜିକ ଉନ୍ନୟନ ପରିଷଦ ଦୁଷ୍ମନ୍ତ ସାହୁ,ବିଜ୍ଞାନି ବେହେରା, ଓଡ଼ିଶା କଳା ସଂସ୍କୃତି ପରିଷଦର ସଭାପତି ଉପେନ୍ଦ୍ର ଶର୍ମା,ନିଜର ମତ ବ୍ୟକ୍ତ କରିଥିଲେ।ବାବା ସୁରେନ୍ଦ୍ର ଦାସ,ବାବା ବିଦ୍ୟାଧର ଦାସ, ଦେବରାଜ ସାହୁ,ଅକ୍ଷୟ ସାହୁ,ମନୋଜ ସାହୁ,କରୁଣାକର ସାହୁ,ଡାକ୍ତର ସାହୁ,ବିକାଶ ଚନ୍ଦ୍ର ସାହୁ,ଜିତେନ ସାହୁ,ପ୍ରମୁଖ ଉପସ୍ଥିତ ଥିଲେ।



