୯ଟି ବନ୍ଧୁକ ୧୩ଟି ଗୁଳି ଦୁଇ ଖଣ୍ଡା ସହ ୫ଗିରଫ

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୦୨.୦୨.୨୦୨୧) -: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ମିଳିଛି ବଡ଼ ସଫଳତା । ୯ ଟି ବନ୍ଧୁକ ସହ ୧୩ ରାଉଣ୍ଡ ଗୁଳି, ତିନୋଟି ମୋବାଇଲ ଫୋନ, ପାଞ୍ଚୋଟି ମେଗାଜିନ, ଦୁଇଟି ଖଣ୍ଡା ଓ ୩ ଟି ବାଇକ ଜବତ କରାଯାଇଥିବା ବେଳେ ୫ ଜଣକୁ କୋର୍ଟ ଚାଲାଣ କରିଛି ଖଲ୍ଲିକୋଟ ପୋଲିସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର । ବହୁ ଦିନ ହେଲା ଖଲ୍ଲିକୋଟ ଅଞ୍ଚଳରେ ଚୋରି,ଡକାୟତି ଓ ରାହାଜାନୀ ବଢିଚାଲିଥିବା ବେଳେ ଏହା କୁ ରୋକିବା ପାଇଁ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଖଲ୍ଲିକୋଟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । କିନ୍ତୁ ଗତକାଲି ଖଲ୍ଲିକୋଟ ଥାନା ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ସକାଳ ସମୟରେ ସାନଘାଟି ନିକଟରେ ଡକାୟତି କରିବା ଉଦ୍ଦେଶ୍ୟ ରେ ଛକି ରହିଥିବା ୪ଜଣକୁ ଗିରଫ କରି ଡକାୟତି ଉଦ୍ୟମକୁ ଭଣ୍ତୁର କରିବା ସହ ୮ଟି ବନ୍ଧୁକ ଦୁଇଟି ଖଣ୍ଡା ସହ ୧୨ରାଉଣ୍ଡ ଗୁଳି ଜବତ କରିଛି । ଏହା ସହ କୈରାଶି ସମିତିସଭ୍ୟା ଉଷାରଣୀ ରାଉତଙ୍କ ସ୍ୱାମୀ ତଥା ବିଜେପି ନେତା ସନ୍ତୋଷ କୁମାର ରାଉତ ବେଆଇନ ବନ୍ଧୁକ ରଖିବା ନେଇ ଗିରଫ କରିଛି ଖଲ୍ଲିକୋଟ ପୋଲିସ । ତେବେ ସନ୍ତୋଷ କିଛି ରାଜନୈତିକ ତିକ୍ତତା ଯୋଗୁଁ ପ୍ରତିଶୋଧ ନେବା ଉଦ୍ଦେଶ୍ୟ ରେ ବନ୍ଧୁକ ରଖିଥିବା ପ୍ରେସ ମିଟରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଶ୍ରୀ ପାତ୍ର ।



