Spread the love

ବଅଁରପାଳର ନୂତନ କୋର୍ଟ ଉଦଘାଟିତ 

 

 

ଜେ ବି ଏନ, ୦୭/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ବଅଁରପାଳ : ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ତହସିଲି କାର୍ଯ୍ୟାଳୟ ପରିସରରେ ଆଜି ରବିବାର ଦେୱାନୀ ବିଚାରପତି ( କନିଷ୍ଠ ବିଭାଗ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ ଅଦାଲତ ଉଦ୍ଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼. ଏସ ମୁରଲୀ ଧର ଯୋଗ ଦେଇ ଏହି ନୂତନ କୋର୍ଟ କୁ ଉଦଘାଟନ କରିଥିଲେ। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ବଅଁରପାଳ ବାର ଆସୋସିଏସନର ଅଧ୍ୟକ୍ଷ ବିଦୁ ଭୂଷଣ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭାରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ବହୁ ଦିନରୁ ଏହି ଅଂଚଳ ବାସୀଙ୍କର ଆଶା ଆକାଂକ୍ଷା ପୁରଣ ହୋଇଛି। ବିଚାରପତି ମାନେ ଗୁଣାତ୍ମକ ବିଚାର କରି ନ୍ୟାୟ ପ୍ରଦାନ କଲେ ଲୋକେ ଆଶ୍ୱସ୍ତି ହେବେ । ଜନ ସାଧାରଣଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଯତ୍ନବାନ ହେବେ। ସାମ୍ବିଧାନିକ ବ୍ୟବସ୍ଥା ଭିତରେ ବିଚାର ଵିଭାଗର ବଳିଷ୍ଠ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି କହିଥିଲେ। ସମ୍ମାନିତ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ପି. ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ ଜନ ସାଧାରଣଙ୍କର ବହୁ ଦିନର ଆଶା ପୁରଣ ହୋଇପାରିଛି l

 

ଲୋକେ ଖୁବୁ ଶୀଘ୍ର ଏହି ନୂତନ କୋର୍ଟରୁ ନ୍ୟାୟ ପାଇ ପାରିବେ ବୋଲି ଆଶା କରାଯାଉଛି । ଏଥିପାଇଁ ପ୍ରଭୁ ଜଗରନାଥ ଓ ମା ବୁଢ଼ୀଙ୍କ ଠାରେ ସେ ଆଶିର୍ବାଦ କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲା ବିଚାରପତି ଅଶାନ୍ତ କୁମାର ଦାସ, ଜିଲ୍ଲାପାଳ ଭବାନୀ ଶଙ୍କର ସ୍ୱାଇଁ, ଏସ୍ପି ଜଗମୋହନ ମିନା, ତହସିଲଦାର, ବିଡ଼ିଓ, ଅନୁଗୋଳ ବାର ଆସୋସିଏସନ ସଭାପତି ଦିଲିପ ସାହୁ, ସମ୍ପାଦକ ସୋମନାଥ ର।ଉତ,

ଆଡଭୋକେଟ ମମତା ପଟ୍ଟନାୟକ, ଦୁଷ୍ମନ୍ତ ସେନାପତି, ପ୍ରଫୁଲ ସାମଲ, ହେମନ୍ତ ସାହୁ, ଶ୍ରୀକାନ୍ତ ଗଡନାୟକ, ଅଭୟ ଗଡନାୟକ, କାଳିଚରଣ କର, ଅଭୟ ବିଶୋଇ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ଥିଲେ। ସେହିପରି ଶିଳ୍ପପତି ଗଙ୍ଗାଧର ସାମଲ, ଶ୍ୱେତବ୍ରତ ସ୍ୱାଇଁ, ଭାଜପା ନେତା ପ୍ରତାପଚନ୍ଦ୍ର ପ୍ରଧାନ, ବ୍ଲକ ଅଧକ୍ଷା ଅଞ୍ଜଳି ଭୋଇ, ବିଜେଡି ଯୁବନେତା ଅରୁନାଭ ସିଂ, ବିଜେଡି ନେତା ନରେଶ ଚନ୍ଦ୍ର ବେହେରା, ଜିଲାପରିଷଦ ସଭ୍ୟା ମଞ୍ଜୁଲତା ସାହୁ, ସରପଞ୍ଚ ସଚିଦାନନ୍ଦ ବେହେରା, ଅଭି ସେନାପତି, ସରପଞ୍ଚ ଦୁର୍ଯ୍ୟଧନ ମୁଦୁଲି, ସମିତି ସଭ୍ୟ ସୁକେଶିନୀ ବୈଦ୍ଯ ପ୍ରମୁଖଙ୍କ ସମେତ ବ୍ଲକ ଅଂଚଳର ବହୁ ଅଂଚଳ ବାସି ଉପସ୍ଥିତ ଥିଲେ। ତେବେ ଅନୁଗୋଳ କୋର୍ଟରୁ ପ୍ରଥମ ପର୍ଯ୍ୟ।ୟରେ ୯ ହଜାରରୁ ଉର୍ଧ ମାମଲା ଏହି ନୂତନ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ତେବେ ଶେଷରେ ବଅଁରପାଳ ବାର୍ ଆସୋସିଏସନ ର ଉପଦେଷ୍ଟା ଆଡ଼ଭୋକେଟ ଭାସ୍କର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।