ଚାଷୀଙ୍କ ଧାନ ବିକ୍ରି ଦାବି ରେ ଭୁକ୍ତା ରେ ଚାଷୀ ରାସ୍ତା ରୋକ ଆନ୍ଦୋଳନ

( ଜେ. ବି. ଏନ୍) ୦୮/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ, ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଭୁକ୍ତା ପଞ୍ଚାୟତ ଅନ୍ତର୍ଗତ ଚାଷୀ ଙ୍କ ଧାନ ସମସ୍ୟା ନେଇ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ମାର୍କେଟ ୟାର୍ଡ ସମ୍ମୁଖରେ ଅମ୍ବାଭୋନା ଲାଲବାହାଦୂର କୃଷକ ସଂଗଠନ ଆହ୍ବାନ କ୍ରମେ ଶତାଧିକ ଚାଷି ସାମିଳ ହୋଇ ରାସ୍ତା ରେ ଧାନ ପକାଇ ଓ ଟ୍ରାକ୍ଟର ରଖି ରାସ୍ତା କୁ ଅବରୋଧ କରିଛନ୍ତି । ପ୍ରଶାସନିକ ଉଦାସୀନତା ଯୋଗୁଁ ଭୁକ୍ତା ଓ ଅମ୍ବାଭୋନା,ଲଖନପୁର,କଣ୍ତପଲା ଅଞ୍ଚଳର ହଜାର ବସ୍ତା ମଣ୍ତି ରେ ପଡିଛି ଏବଂ ଏହି ଧାନ ବିକ୍ରି କରାଯାଉନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଛନ୍ତି । ହେଲେ ବହୁତ୍ ସମୟ ଅପେକ୍ଷା କଲା ପରେ ଭି କୌଣସି ବିଭାଗୀୟ ଅଧିକାରୀ ଆସିନଥିଲେ । ଏହି ରାସ୍ତା ଅବରୋଧ ଯୋଗୁଁ ଛତିଶଗଡ ଓ ବରଗଡ ବସ ଓ ଚାରିଚକିଆ ଯାନବାହନ ଚଳାଚଳ ବନ୍ଦ କରିଦେଇଥିବାରୁ ବହୁ ଲୋକେ ଯାତ ୟାତ ବାଧା ପ୍ରାପ୍ତ ଦେଖାଦେଇଛି ।



