ବିଶ୍ଵ ଫାଇଲେରିଆ ନିରାକରଣ ଉପଲକ୍ଷେ ବୈଠକ ଅନୁଷ୍ଠିତ

( ଜେ. ବି. ଏନ୍) ୦୮/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଜିଲ୍ଲାପାଳଙ୍କ ସଦ୍ ଭାବନା ପ୍ରକୋଷ୍ଠରେ ବିଶ୍ଵ ଫାଇଲେରିଆ ନିରାକରଣ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା PDDRDA ନରୋତ୍ତମ ବେହେରା, CDMO ସୁଜାତା ରାଣୀ ମିଶ୍ର, ରାଜ୍ୟ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଡ. ଦତ୍ତ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ଯୋଗଦାନ କରିଥିଲେ। ଏଥିସହିତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଶା କର୍ମୀ ଓ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ ଯୋଗଦାନ କରିଥିଲେ। ଫାଇଲେରିଆ ନିରାକରଣ ପାଇଁ ଏହା ଏକ ଜନ ସଚେତନତା କାର୍ଯ୍ୟକ୍ରମ ଓ ୧୦ରୁ୧୯ ତାରିଖ ମଧ୍ୟରେ ସମସ୍ତ ଜନ ସାଧାରଣ ଓ ସରକାରୀ କର୍ମଚାରୀ ପ୍ରତ୍ୟେକ୍ଷ ଭାବରେ ଫାଇଲେରିଆ ବଟିକା ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ମତ ଦେଇଛନ୍ତି। ଢେଙ୍କାନାଳ ଏକ ଫାଇଲେରିଆ ପ୍ରବଣ ହୋଇଥିବାରୁ ସମସ୍ତେ ମନ ରୁ ଭୟ କୁ ଦୂର କରି ଏହି ଔଷଧ ସେବନ କରିବା ଉଚିତ୍ ବୋଲି ମତ ଦିଆଯାଇଛି।




