ଗାଁ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେ ବି ଏନ, ୧୦/୦୨/୨୦୨୧ (ରିପୋର୍ଟ, ମଦନ ସାହୁ), କଟକ : କଟକ ଜିଲ୍ଲା ଛତିଆ ସେକ୍ସନର TPCODL ତରଫରୁ ଜରିପଡା ପଞ୍ଚାୟତ ର ରସିକନଗର ଠାରେ ଗାଁ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି , ଛତିଆ ସେକ୍ସନ ର କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମିଶ୍ର ଏବଂ କ୍ୟାମ୍ପ ଲାଇନ ମ୍ୟାନ ସତ୍ୟଜିତ ଅଞ୍ଚଳ ଏବଂ ଅଚ୍ୟୁତାନନ୍ଦ ସାହୁ କଂର ପ୍ରଚେଷ୍ଟାରେ କଟକ ଜିଲ୍ଲା ର ରସିକନଗର ଠାରେ ସେହି ଗ୍ରାମରେ ବିଦ୍ୟୁତ୍ ବିଭାଗ ତରଫରୁ ଗ୍ରେଡ ବି ଲାଇନ ମ୍ୟାନ ଗୌରପ୍ରସାଦ ସାହୁ ଏବଂ ଅନ୍ୟ ସମସ୍ତ କର୍ମଚାରୀ ମାନକଂ ସହଯୋଗରେ ସେହିଗ୍ରାମର ପୁରୁଣା ବକେୟା ବିଦ୍ୟୁତ୍ ବିଲ ଆଦାୟ କରିଥିଲେ । ସେମାନଙ୍କର ତ୍ରୁଟିପୂର୍ଣ୍ଣ ବିଲର ସଂଶୋଧନ କରିବାଲାଗି ବିଦ୍ୟୁତ୍ ବିଭାଗର କନିଷ୍ଠଯନ୍ତ୍ରୀ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମିଶ୍ର ଲୋକ ମାନକଂର ପାଖରେ ପହଞ୍ଚି ସବୁ ବିଦ୍ୟୁତ୍ ସମସ୍ୟାର ସମାଧାନ କରିବାଲାଗି ପ୍ରତିଶ୍ରୁତି ଦେଇଥିଲେ l



