
୨୦୨୦-୨୧ ବ୍ଲକ ସ୍ତରୀୟ ସମନ୍ଵୟ ମେଳା ଅନୁଷ୍ଠିତ
(ଜେ. ବି. ଏନ୍/ସୁଶାନ୍ତ କୁମାର ) ୧୦/୦୨ /୨୦୨୧ ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ସମିତି ଆନୁକୁଲ୍ୟରେ ତା. ୧୦/୦୨ /୨୦୨୧ ରିଖ ବୁଧବାର ଦିନ ୨୦୨୦ – ୨୧ ଆର୍ଥିକ ବର୍ଷ ର ବ୍ଲକ ସ୍ତରୀୟ ସମନ୍ଵୟ ମେଳା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମନ୍ୱୟ ମେଳା କୁ ଓଡିଶା ଜିବିକା ମିଶନ ଓ ମିଶନ ଶକ୍ତି ବଅଁରପାଳ ବ୍ଲକ ଆୟୋଜନ କରିଥିଲେ। ଏହି ବ୍ଲକ ସ୍ତରୀୟ ସମନ୍ଵୟ ମେଳା ରେ ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ଭୋଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଦଳ ଉନ୍ନୟନ ଅଧିକାରୀ ଶ୍ରିମତୀ ଏଲିନା ମିଶ୍ର,ୟୁକୋ ବ୍ଯାଙ୍କ ଏଲ୍ଡିଏମ୍ ଶ୍ରୀଯୁକ୍ତ ମହେଶ୍ଵର ଗୌଡ, ଡି ଡି ଏମ୍ ନାବାର୍ଡ ଶ୍ରୀଯୁକ୍ତ ଶରତ କୁମାର ବେହେରା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଜୀବନ ଜିବିକା) ଶ୍ରୀଯୁକ୍ତ ନୀରଜ ଶର୍ମା ଉପସ୍ଥିତ ଥିଲେ। ଏବଂ ଆର ସି ଶ୍ରୀଯୁକ୍ତ ହେମନ୍ତ କୁମାର ପାଣିଗ୍ରାହୀ, କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ। ଓଡିଶା ଜିବିକା ମିଶନର ଅଧିକାରୀ କ୍ଲବ ପ୍ରକଳ୍ପ ସଂଯୋଜକ ସୁନିତା ପାଲ, ସୁବ୍ରତ କୁମାର ଦାସ, ଜ୍ୟୋସ୍ନାରାଣୀ ସ୍ଵାଇଁ, କୃତାର୍ଥ ବିଶ୍ଵାଳ, ଏବ୍ଂ ମିଶନ ଶକ୍ତି ଅଧିକାରୀ ହୀରନ୍ୟ ରାଉତ, ଦୀପିକା ସାହୁ, ଆଦି କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମନ୍ୱୟ ମେଳା ର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ସ୍ଵୟଂ ସହାୟକ ଦଳ ସଭାନେତ୍ରୀ ଓ ସମ୍ପାଦିକା ଉପସ୍ଥିତ ଥିଲେ। ଓଡିଶା ଗ୍ରାମ୍ୟ ବ୍ଯାଙ୍କ ତୁବେ ୟୁକୋ ବଳରାମପ୍ରସାଦ, କାନାଡା ବ୍ଯାଙ୍କ ଅନୁଗୁଳ ସଂଯୁକ୍ତ ସମବାୟ ବ୍ଯାଙ୍କ ବଅଁରପାଳ ଆଦି ବ୍ଯାଙ୍କ ର ଶାଖା ପରିଚାଳକ ମାନେ ଉପସ୍ଥିତ ଥିଲେ। ଉକ୍ତ ସମନ୍ୱୟ ମେଳା ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଭିନ୍ନ ବ୍ଯାଙ୍କ ଓ ସ୍ଵୟଂ ସହାୟକ ଦଳ ସହିତ ସମନ୍ୱୟ ସି ରକ୍ଷା କରି ଆର୍ଥିକ ଅନ୍ଗ୍ରସର ଓ ନିସହାୟ ଅଭାବୀ ପରିବାରରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବୀମା ସଞ୍ଚୟ ରୁଣ ଆଦି ବ୍ଯାଙ୍କ ସେବା ଯୋଗାଇବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୪୮ ଟି ମହିଳା ସ୍ଵୟଂ ସହାୟକ ଦଳକୁ ୫,୪୬,୪୫୦୦୦ଟଙ୍କା ରୁଣ ବିଭିନ୍ନ ବ୍ଯାଙ୍କ ରୁ ମଞ୍ଚାସୀନ ଅତିଥି ବୃନ୍ଦ ମାନଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଉକ୍ତ ରୁଣ ଟଙ୍କା କୁ ଉପଯୁକ୍ତ ଜିବିକା ମୂଳକ କାର୍ଯ୍ୟ ରେ ବିନିଯୋଗ କରି ମହିଳା ମାନେ ସ୍ୱାବଲମ୍ବୀ ହୋଇ ନିଜର ଆର୍ଥିକ ସ୍ଥିତି କୁ ମଜବୁତ୍ କରିବା ପାଇଁ ଏଲ୍ ଡି ଏମ୍ ଶ୍ରୀଯୁକ୍ତ ଗୌଡ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ। ସର୍ବ ଶେଷରେ ଶ୍ରୀ ହିରଣ୍ୟ ରାଉତ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


