ଜିଲ୍ଲା ଆଇନ ସେବା ପ୍ରାଧିକରଣବେଙ୍କାନାଳ ଦ୍ବାରା ଆଇନ ସଚେତନତା ଶିବିର

(ଜେ. ବି. ଏନ୍ ) ୧୧/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶ କ୍ରମେ ବିକଳ୍ପବିବାଦ ସମାଧାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ” Road Safety , MACT , M.V Act ଓ Modified claims Tribunal Agreed Procedure ” ସମ୍ପର୍କିତ ଏକ ଆଇନ ସଚେତନତାଶିବିର ଅନୁଷ୍ଟିତ ହୋଇଯାଇଛି । ଶିବିରରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ସାହୁ Modified claims Tribunal Agreed Procedure ଉପରେ ବିଷଦ୍ ଭାବରେ ଆଲୋଚନା କରିଥିଲେ । ତତ୍ ସଙ୍ଗେ ସଙ୍ଗେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ୟକ୍ତି କିଭଳି ସମସ୍ତ ପ୍ରକାରର ସୁବିଧା ପାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀ ନିଶା ଅଗ୍ରୱାଲ MACT ରେ ଥିବା ଆଇନ୍ ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ଦ୍ବିତୀୟ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ ” Road Safety , M.V Act ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ରାସ୍ତାରେ ଯିବାବେଳେ ସଚେତନତା ଅବଲମ୍ବନ କରିବା ଓ ଟ୍ରାଫିକ ନିୟମ ମାନି ଚଳିବା ପାଇଁ ଉପସ୍ଥିତ ଅତିଥି ଓ ଶ୍ରୋତାମାନଙ୍କୁ କହିଥିଲେ । ଏହି ଶିବିରକୁ ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ପରିଚାଳନା କରିଥିଲେ । ଆଜିର ଏହି ଶିବିରରେ ମୁଖ୍ୟ ବିଚାରବିଭାଗିୟ ମାଜିଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ , ରେଜିଷ୍ଟ୍ରର ସିଭିଲକୋର୍ଟ , ଢେଙ୍କାନାଳ ଲୋପାମୁଦ୍ରା ପଣ୍ଡା , ଅତିରିକ୍ତ ବରିଷ୍ଟ ଦେୱାନୀ ଅଦାଲତ ବିଚାରପତି ଶ୍ରୀ ଛାୟାକାନ୍ତ ଦାଶ , ବରିଷ୍ଟ ଦେୱାନୀ ଅଦାଲତ ( ଏଲ.ଆର.ଓଏଲ . ଟି.ଭି ) ବିଚାରପତି ଶ୍ରୀ ସୁଶିଲ କୁମାର ସାହୁ , ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ମୌତ୍ରୀସାମନ୍ତରାୟ , ଜିଲ୍ଲା ଓକିଲ ସଂଘର ସଦସ୍ୟ , ଫ୍ୟାନେଲଇୟର , ପୋଲିସ ଅଧିକାରୀ ଯୋଗଦାନ କରିଥିଲେ ।



