ଢେଙ୍କାନାଳ କର୍କଟ ରୋଗର ଚିକିତ୍ସାଳୟ ପାଇଁ ଦାବି

(ଜେ. ବି. ଏନ୍) ୧୧/୦୨ /୨୦୨୧, (ରିପୋର୍ଟ୍, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : :ଢେଙ୍କାନାଳ ଜିଲ୍ଲା ବାସୀ ଙ୍କ ବହୁ ପୂର୍ବରୁ ଆଶା ଆକାଙ୍କ୍ଷା କୁ ସାକାର କରିବା ଉଦ୍ଦେଶ୍ୟରେ ସତାଧିକା ଯୁବକ ଓ ଯୁବ ସମାଜ ସେବୀ ଙ୍କ ଉଦ୍ୟମରେ ଆଜି୧୧/୦୨ /୨୦୨୧ ତାରିଖରେ ଗୁରୁବାର ଦିନ ଘ ୧୧. ୩୦ ମିନିଟ୍ ସମୟରେ ଢେଙ୍କାନାଳ ଜିଲ୍ଲାପାଳ ମହୋଦୟ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଉପାଖ୍ୟାନ କରାଯଇଥିଲା। ଉକ୍ତ ଦାବିପତ୍ର ଢେଙ୍କାନାଳରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ଅତ୍ୟାଧୁନିକ କର୍କଟ (କ୍ୟାନସର୍) ଚିକିତ୍ସାଳୟ ସ୍ଥାପନ କରିବା ନିମନ୍ତେ ଅନୁରୋଧ କରିଥିଲେ। ଢେଙ୍କାନାଳ ଜିଲ୍ଲା କୁ ଲାଗିଥିବା ୫/୬ ଟି ଜିଲ୍ଲା ବାସୀ ଉପକୃତ ହେବେ। ଏହା ପରେ ଏହି ଯୁବକ ମାନେ ମାନ୍ୟବର ଖଣି, ଇସ୍ପାତ ଓ ପୁତ୍ତର ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କୁ ଭେଟି ଏହି ଦାବି ପତ୍ର ରେ ଏକ ନକଲ ପ୍ରଦାନ କରିଥିଲେ। ଏହା ପରେ ଆଗାମୀ ଦିନରେ ଢେଙ୍କାନାଳ ଜନ ସାଧାରଣ ଙ୍କ ସହଯୋଗ ଲୋଡି ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମରେ ରଞ୍ଜନ କୁମାର ସାହୁ, ବ୍ରହ୍ମା ନନ୍ଦ ସାହୁ, ଅଭିଳାଷ ସାହୁ, ଅଭିଜିତ ମହାପାତ୍ର, ସୁମିତ୍ ନାୟକ, ଦାମୋଦର ସାହୁ, ଓ ବଜରଙ୍ଗ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।



