ପାରିପରା ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ମରାତିରା ଟିମ୍ ଚାମ୍ପିଅନ

ଜେ ବି ଏନ, ୧୧/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ,ତଥା ଜରପଡା ଥାନା ଅନ୍ତର୍ଗତ ପାରିପରା ଗ୍ରାମ ଖେଳ ପଡିଆ ଠାରେ ଚାଲିଥିବା ମା ମଙ୍ଗଳା ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି । ତେବେ ଫାଇନାଲ ମ୍ୟାଚ ଆୟୋଜକ ପାରିପରା ଟିମ୍ ଓ ମରାତିରା ଟିମ୍ ମଧ୍ୟରେ ଖେଳାଯାଇଥିଲା । ଏଥିରେ ମରାତିରା ଟିମ୍ ଟସ୍ ଜିଣି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୭ ଉଇକେଟ ହରାଇ ୧୧୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ପ୍ରତିପକ୍ଷ ପାରିପରା ଟିମ୍ ୧୧ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୫ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା । ଏଥିରେ ମରାତିରା ଟିମ୍ ବିଜୟୀ ହେବା ସହ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ବିଜୟୀ ଦଳକୁ ଚାମ୍ପିୟାନ ଟ୍ରଫି ଓ ରନର୍ସ ଅପ୍ ଦଳକୁ ରନର୍ସ କପ୍ ପ୍ରଦାନ କରି ପୁରସ୍କୃତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ସୁଜାତା ପ୍ରଧାନ , ଜିଲ୍ଲା ଯୁବ ବିଜେଡି ସଭାପତି ଦୀନେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଆୟୋଜକ କ୍ଲବ ସଦସ୍ୟ ଅମିତା ବଚନ ସେଠୀ , ଅଭିମନ୍ୟୁ ସାହୁ , ସୁନୀଲ ସାହୁ , ଜୟନ୍ତ କୁମାର ପ୍ରଧାନ , ପ୍ରଶାନ୍ତ , ସୁଜିତ , ଅଜିତ, ଅଲେଖ , ଦାଶରଥି, ବିଦେଶୀ ,କୁନା , ଟୁନା, ନଣ୍ଡା ପ୍ରଭାସ କୁମାର ସେଠୀ ପ୍ରମୁଖ ଖେଳ ପରିଚାଳନା କରିବା ସହ ସକ୍ରିୟ ସହଯୋଗ କରିଥିଲେ । ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ କ୍ରିକେଟ ପ୍ରେମୀ ଦର୍ଶକ ଯୋଗ ଦେଇଥିଲେ ।



