ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଜେ ବି ଏନ, ୧୨/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ), ଅନୁଗୋଳ : ଅନୁଗୋଳ : ଆଜି ଏକ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର ହୋଇଛି l ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ଆଜି ଶୁକ୍ରବାର ଏକ ଘରୁ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର ହୋଇଛି l ସୂଚନା ମୁତାବକ ଘର ଭିତରୁ ବୃଦ୍ଧ ଶ୍ୱାସରୁଦ୍ଧ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି l ପରିବାର ଲୋକେ ଆଜି ସକାଳେ ଉଭୟେ ମୃତ ବୋଲି ଜାଣିବା ସହିତ ମୃତ ଦେହକୁ ଉଦ୍ଧାର କରିଥିଲେ l



