ଏଏଚସିବି ୨୪ ବର୍ଷକୁ ନେଇ ବିଶ୍ବବିଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅନନ୍ୟ ବାଲୁକା ସ୍ଥାପତ୍ୟ

ଜେ ବି ଏନ, ୧୨/୦୨ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ପୁରୀ : ଭାରତରେ ଏଚସିବିର ୨୪ ବର୍ଷୀୟ ଯାତ୍ରାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ବେଳାଭୂମିରେ ଆଜି ଆଜି ତାଙ୍କର ବିଶ୍ବପ୍ରସିଦ୍ଧ ବାଲୁକା ସ୍ଥାପତ୍ୟ ଆକାରରେ ଉପସ୍ଥାପନ କରିଛନ୍ତି।ଏଚସିସିବି ଭାରତରେ ଅନ୍ୟତମ ଶୀର୍ଷ ଏଫଏମସିଜି କମ୍ପାନୀ ଯାହା ୧୯୯୭ ଫେବ୍ରୁଆରି ୧୪ ତାରିଖରେ ପଞ୍ଜୀକୃତ ହେବାର ଅବସରକୁ ପାରମ୍ପରିକ ଭାରତୀୟ ବାଲୁକା କଳାକୁ ଅଭିବ୍ୟକ୍ତିର ମାଧ୍ୟମ ଭାବରେ ବ୍ୟବହାର କରି ପାଳନ କରୁଛି। ଶ୍ରୀ ପଟ୍ଟନାୟକଙ୍କ ବାଲୁକା କଳା ଏଚସିସିବିକୁ ବିନିର୍ମାଣ କ୍ଷେତ୍ରରେ ଉଦୀୟମାନ ସୂର୍ଯ୍ୟ ଭାବରେ ଉପସ୍ଥାପନ କରୁଛି।,ଯାହାର ମୂଲ୍ୟବୋଧ ଭାରତୀୟ ଜୀବନଶୈଳୀ ଏବଂ ଚିନ୍ତନ ଦ୍ବାରା ଅନୁପ୍ରାଣିତ ହୋଇଛି।ବାଲୁକା ସ୍ଥାପତ୍ୟ ଏଚସିସିବିରେ ରହିଥିବା ଯନ୍ତ୍ରପାତି ଗୁଡ଼ିକର ଆଧୁନିକତା ସହିତ ଏହାର ଲୋକମାନଙ୍କର ଆଧୁନିକ ଜ୍ଞାନ ସମ୍ପର୍କରେ ପ୍ରଦର୍ଶନ କରୁଛି ଯାହା ମସ୍ତିଷ୍କ ଏବଂ ହୃଦୟର ଏକ ଚମତ୍କାର ସନ୍ତୁଳନ ହୋଇଛି।ଫଳ କୃଷିକ୍ଷେତ୍ର,କାରଖାନା ଏବଂ ଫାକରଲିଫ୍ଟ ଭଳି ବିଭିନ୍ନ ବସ୍ତୁକୁ ବାଲୁକାରେ ପ୍ରସ୍ତୁତ କରିଥିଲେ ମଧ୍ୟ ସେଥିରେ ସେ ଏଚସିସିବି ଉତ୍ପାଦନ ଗୁଡିକର କୃଷିକ୍ଷେତ୍ରରୁ ଟେବୁଲ ପର୍ଯ୍ୟନ୍ତ ଯାତ୍ରାକୁ ସୁନ୍ଦର ଭାବରେ ଧରି ରଖି ପାରିଛନ୍ତି।ଇଂଜିନିୟରିଂ ଉପକରଣ, ଟ୍ରକ, ଏବଂ ବଟଲିଙ୍ଗ ଲାଇନ ଆଦି ସହଭାଗୀ ,ଯୋଗାଣକାରୀ,କୃଷଜ,ବିତରକ ଏବଂ ଖୁଚୁରା ବିକ୍ରେତାଙ୍କ ଅବଦାନକୁ ପ୍ରଦର୍ଶନ କରୁଛି ଯାହା ଏଚସିସିବି ର ସଫଳ ପରିଚାଳନା ର ଅବିଚ୍ଛେଦ ଅଂଶ।ବାଲୁକା ସ୍ଥାପତ୍ୟର ପଶ୍ଚାତଭାଗରେ ଥିବା ସୂର୍ଯ୍ୟ କିରଣର ଉଷ୍ଣତା ଚମତ୍କାର ନିଦର୍ଶନ କରୁଛି।ସମୁଦାୟ ବର୍ଣ୍ଣନା କୁ ଅତି ନିଖୁଣ ଭାବରେ ସଂକ୍ଷିପ୍ତ ଆକାରରେ ଉପସ୍ଥାପନ କରାଯାଇଛି।”ହିନ୍ଦୁସ୍ଥାନ କେ ବନେ ହମ” ଯାହା ଅର୍ଥ ଏଚସିସିବି ଭାରତର ଏଜ ସୃଷ୍ଟି। ଏହି ବାଲୁକା ସ୍ଥାପତ୍ୟ ଦିନର ଦ୍ଵିତୀୟର୍ଦ୍ଧ ଦର୍ଶକମାନଙ୍କ ପାଇଁ ଆକର୍ଷଣ ପାଲଟି ଥିଲା।ଏଚସିସିବିର ପରିବାର ସଦସ୍ୟଙ୍କ ସହିତ ମାସ୍କ ପରିଧାନ ଏବଂ ସତର୍କତାର ସହିତ ବେଳାଭୂମିକୁ ଯାଇ ଏହି ବାଲୁକା କଳାକୁ ଉପଭୋଗ କରିଥିଲେ।ଶ୍ରୀପଟନାୟକଙ୍କୁ ଧନ୍ୟବାଦ ଜଣାଇ ଏଚସିସିବିର ଚିଫ ପବ୍ଲିକ ରିଲେସନ ଆଫେୟାର୍ସ ଆଣ୍ଡ କମ୍ୟୁନିକେସନ ଅଫିସର ଶ୍ରୀ କମଳେଶ କୁମାର ଶର୍ମା କହିଥିଲେ ଶ୍ରୀ ସୁଦର୍ଶନ ପଟନାୟକ ଦ୍ଵିତୀୟ ଥର ପାଇଁ ଆମର ବର୍ଷ ପୂର୍ତ୍ତିକୁ ପାଳନ କରିବା ସକାଶେ ଏକ ଚମତ୍କାର ବାଲୁକା ସ୍ଥାପତ୍ୟ ନିର୍ମାଣ କରିବା ଆମ ପାଇଁ ସମ୍ମାନର ବିଷୟ ହୋଇଛି।ତାଙ୍କ କଳାକୃତି ଏକ ଘଟଣା ଅଥବା କାର୍ଯ୍ୟକାରିତାର ବହୁବିଧ ଦିଗକୁ ଗୋଟିଏ ମାତ୍ର ଫ୍ରେମ ମଧ୍ୟରେ ଧରି ରଖିବାରେ ସମର୍ଥ ହୋଇଥିବାରୁ ଆମେ ସର୍ବଦା ତାଙ୍କର କଳାକୃତିକୁ ସମ୍ମାନ ପ୍ରଦର୍ଶନ କରି ଆସିଛୁ।ଏହି ଦିବସ ପାଳନ ଦ୍ୱାରା ଆସନ୍ତା ବର୍ଷ ରୌପ୍ୟ ଜୟନ୍ତୀ ଉତ୍ସବକୁ ଧୂମଧାମରେ ପାଳନ କରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛୁ।ଆଶା କରୁଛୁ ୨୦୨୧ ବର୍ଷଟି ସମଗ୍ର ମାନବ ଜାତି ପାଇଁ ଅଧିକ ଦୟାଶୀଳ ହେବ ଏବଂ ଏହା ଆମ ପାଇଁ ଶାନ୍ତି,ସମୃଦ୍ଧି,ଉତ୍ତମ ସ୍ବାସ୍ଥ୍ୟ ଓ ଖୁସି ଆଣିଦେବ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


