ବଦଳିଛି ସମାଜ


ଜେ ବି ଏନ, ୧୪/୦୨ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ଖାନ ନଗର୍ ଅଞ୍ଚଳରେ ହେବାକୁ ଥିବା ନେତାଜୀ ବସ ଟର୍ମିନାଲ କୁ ବିରୋଧ କରି ମା କାଳୀଙ୍କ ମନ୍ଦିର ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l କାରଣ ମନ୍ଦିର ମା ଙ୍କର ବି ଭଙ୍ଗା ଯିବ l ବହୁ ଭକ୍ତଙ୍କ ମନରେ ଅସେନ୍ତାଷ ଦେଖା ଦେଇଛି, କିନ୍ତୁ ଠିକ୍ ଏଇ ସମୟରେ ଆମ କ୍ୟାମେରା ଟିମ୍ ଏକ ଭିନ୍ନ ଚିତ୍ର ଦେଖିଥିଲା। ଯାହା ଆମେ ଆମ ଦର୍ଶକ ଙ୍କୁ ଦେଖେଇ ବାକୁ ଯାଉଚୁ। ମନ୍ଦିର ରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଜଣେ ବ୍ୟକ୍ତି ତାଙ୍କ ନାମ ସୁଶିଲ ବେହେରା, ଗୋପାଳସାହି ବିଡାନାସି ନିବାସୀ l ତାଙ୍କ ପୁତ୍ର ଅଙ୍କିତ ବେହେରା (ମିକି) ଙ୍କ ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳନ କରୁଥିଲେ l ସେଇ ମନ୍ଦିର ପାଖରେ ବସିଥିବା ଭିକାରୀ ଓ ଅସହାୟ ବ୍ଯକ୍ତିଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ତାଙ୍କୁ କିଛି ପଇସା ସାହାଯ୍ୟ କରୁଥିବା ନଜରରେ ଆସିଥିଲା l ଆଜି ଅଙ୍କିତ ର ଥିଲା ଦ୍ଵିତୀୟ ଜନ୍ମ ଦିନ l ସତରେ ସମାଜ ବଦଳିଛି l ଏବେଠୁ ଲୋକଙ୍କୁ ସାହାଯ୍ଯ କରିବା ର ମନୋବୃତ୍ତି ଅଙ୍କିତକୁ ଶିଖୁଛନ୍ତି l ବାପା ସୁଶିଲ ଓ ମାଆ ସିଲି ବେହେରା l ଆମେ ପରେ ଜାଣିବାକୁ ପାଇଲୁ ସୁଶିଲ ବାବୁ ଜଣେ ସମାଜ ସେବି ଏଇ ଭଳି ସାହାଯ୍ଯ ଓ ସହାୟତା ସମସ୍ତଙ୍କ ମନରେ ରହିଲେ ସମାଜରେ ହଉ ଥିବା ଚୋରି ରାହାଜାନି ହତ୍ୟା ବନ୍ଧ୍ ହେଇଯିବ l ବୋଲି ଆଶା ମଣିଷ ନିଜକୁ ଭଲ ପାଇବ ଅନ୍ୟକୁ ଭଲ ପାଇବ ଏବଂ ସମାଜ ସୁନ୍ଦର୍ ହେଇଯିବ l ଏଇ ମହାନ କାର୍ଯ୍ୟରେ ତାଙ୍କୁ ସୁଦାମ ଜେନା ବଳିଆ ଦାସ ଓ ଉମେଶ ରାଓ ସାହାଯ୍ଯ କରିଥିଲେ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
