ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ସଭା

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର ( ୧୮.୦୨.୨୦୨୧) -: ବ୍ରହ୍ମପୁର ସ୍ଥାନୀୟ ଗାନ୍ଧୀନଗରସ୍ଥିତ ଅନୁଷ୍ଠାନ ର କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କାର୍ଯ୍ୟକାରୀ ସଭାପତି ରାଧାଚରଣ
ନାୟକ ଓ ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମଞ୍ଚାସୀନ ହୋଇ ସଭା ଉଦ୍ଘାଟନ କରିଥିଲେ ।
ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା ଏବଂ କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ଜନସାଧାରଣ ଓ ପୁଲୱାମା ଆକ୍ରମଣର ଦ୍ବିତୀୟ ବାର୍ଷିକୀ ଅବସରରେ ସହିଦ୍ ଜବାନ ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ରାଜ୍ୟରେ କରୋନା ସଂକ୍ରମଣ ଯଥେଷ୍ଟ ପରିମାଣରେ କମିବାରେ ଲାଗିଛି। ତେଣୁ ରେଳ ବିଭାଗ ଦ୍ବାରା କାଳବିଳମ୍ବ ନକରି ଯଥାଶୀଘ୍ର ସମସ୍ତ ମେମୋ ଟ୍ରେନ୍ ଚଳାଚଳ ଆରମ୍ଭ କରଯାଉ ବୋଲି ଆଲୋଚନା ହୋଇଥିଲା । ଏଥିସହିତ ପଲାସା ଭୁବନେଶ୍ୱର ମେମୋ ଟ୍ରେନ୍ ରୁ ଏକ୍ସପ୍ରେସ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇ ପୂର୍ବର ସାଧାରଣ ଭଡ଼ା ଅପରିବର୍ତ୍ତିତ ରହୁ। ଏବଂ ସମସ୍ତ ମେମୋ ଟ୍ରେନ୍ ପୁନଃ ଚଳାଚଳ କରାଯାଉ ବୋଲି ଆଲୋ ହୋଇଥିଲା ।



